AI ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ୫ଶହ କୋଟିର ବ୍ୟୟ ବରାଦ, IIT ଭିତ୍ତିଭୂମିର ହେବ ବିକାଶ

Published By : Prameya-News7 Bureau | February 01, 2025 IST

ନୂଆଦିଲ୍ଲୀ ୧/୨: ଗୃହରେ ଅଷ୍ଟମ ଥର ପାଇଁ ଘୋଷଣା ହୋଇଛି ୨୦୨୫-୨୬ ବଜେଟ୍‌ । ଏଥର ବଜେଟ୍‌ରେ ୧୦ ଟି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ ଦେଇଛନ୍ତି ମୋଦି ସରକାର । ନ୍ୟାସନାଲ ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ସହ ୫ ଲକ୍ଷ  ସେଣ୍ଟର ଫର ଏକ୍ସିଲେନ୍ସ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

ଶିକ୍ଷା କ୍ଷେତ୍ରକୁ ଅଧିକ ଫୋକସ୍‌ କରାଯାଇଛି ।  ସବୁ ଉଚ୍ଚମାଧ୍ୟମିକ ସ୍କୁଲରେ ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ହେବ । ୨ ବର୍ଷରେ ପ୍ରତିଷ୍ଠା ହେବ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ । ଦେଶରେ AI  ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ଟି AI ସେଣ୍ଟର । ଏଥିପାଇଁ ୫ ଶହ କୋଟିର ସ୍ବତନ୍ତ୍ର ବ୍ୟୟ ବରାଦ କରାଯାଇଛି । ଏଥିସହ ୨୦୧୪ରେ ଆରମ୍ଭ ହୋଇଥିବା IIT ଭିତ୍ତିଭୂମିର ବିକାଶ କରାଯିବ । 

  • Union Budget
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.