ବୈପାରୀଗୁଡା ୧୮।୬: ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ l ନିଜକୁ ସିବିଆଇ କହି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିବା ଅଭିଯୋଗରେ ଯୁବକଙ୍କୁ ଗିରଫ କରି କୋର୍ଟ ଚଲାଣ କଲା ପୋଲିସ l ଏଭଳି ଘଟଣା ବୈପାରୀଗୁଡାରେ ଦେଖିବାକୁ ମିଳିଛି l ଗିରଫ ଅଭିଯୁକ୍ତ କୁନ୍ଦୁରା ବ୍ଲକ ଘୁମର ପଂଚାୟତ ଗାଣ୍ଠିଆଗୁଡାର ଖୋଗେଶ୍ୱର ଗଣ୍ଠିଆ ବୋଲି ଜଣାପଡିଛି l
ପୋଲିସ ସୂଚନା ଅନୁଯାଇ, ଗତ ଜୁନ ୧୧ ତାରିଖ ଦିନ ଥାଟୁଗୁଡାରେ ଲକ୍ଷ୍ମୀ ହରିଜନ ନାମକ ଜଣେ ମହିଳାଙ୍କୁ ଦେଶୀ ବନ୍ଧୁକ ଦେଖାଇ ନିଜକୁ ସିବିଆଇ କହି ଟଙ୍କା ଲୁଟିବା ପାଇଁ ଉଦ୍ୟମ କରିଥିଲେ ଅଭିଯୁକ୍ତ l ଏନେଇ ମହିଳା ଜଣକ ବୈପାରୀଗୁଡା ଥାନରେ ଏତଲା ଦେଇଥିଲେ l ବୈପାରୀଗୁଡା ପୋଲିସ କୌଶଳ କ୍ରମେ ଗାଣ୍ଠିଆଗୁଡାରୁ ଅଭିଯୁକ୍ତଙ୍କୁ ଗିରଫ ସହ ଦେଶୀ ବନ୍ଧୁକ ଜବତ କରି ଜୟପୁର କୋର୍ଟ ଚଲାଣ କରିଛି l
You Can Read :
ବାଲେଶ୍ଵର ପୌରପାଳିକାରେ କର୍ଫ୍ୟୁ ଜାରି, ଓଟି ରୋଡ୍ର ସମସ୍ତ ପ୍ରବେଶ ପଥ ସିଲ୍