ବାଲେଶ୍ବର ୧୮।୬: ବାଲେଶ୍ଵର ପୌରପାଳିକାରେ କର୍ଫ୍ୟୁ ଜାରି । ଏହାସହ ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ ମଧ୍ୟ ବଳବତ୍ତର ରହିବ କର୍ଫ୍ୟୁ । ୧୭/୬/୨୪ ରାତ୍ର ୧୨ଟାରୁ ୧୮/୬/୨୪ ରାତ୍ର ୧୨ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଓଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍ । କୌଣସି ଜନସାଧାରଣ ଘରୁ ବାହାରକୁ ବାହାରି ପାରିବେ ନାହିଁ। ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାରେ ଚାଲି ଚାଲି ଯିବା କିମ୍ବା ଯାନବାହନରେ ବୁଲିବା କିମ୍ବା ଠିଆ ହୋଇ ପାରିବେ ନାହିଁ । ଜରୁରୀ କାଳୀନ ମେଡିକାଲ ସେବା ବ୍ୟତୀତ । କର୍ଫ୍ୟୁ ସମୟରେ କୌଣଷି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ବା ଦୋକାନ ବଜାର ଖୋଲାଯିବ ନାହିଁ । କେବଳ ପୌରପାଳିକା କର୍ମଚାରୀ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ପୋଲିସ କର୍ମଚାରୀ ,ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କୋହଳ ।
You Can Read :