ଭୁବନେଶ୍ବର ୨୯।୪: ପାକିସ୍ତାନ ନାଗରିକ ଦେଶ ଛାଡିବା ନେଇ ନୋଟିସ୍ର ଡଡ୍ଲାଇନ୍ ସରୁଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ସରକାରଙ୍କ କଠୋର ଆଭିମୁଖ୍ୟ ବାବଦରେ ମୁଁ କହିସାରିଛି । କେନ୍ଦ୍ର ଯେଉଁ ନୀତି ନିର୍ଦ୍ଧାରଣ କରିଛନ୍ତି । ଏଠାରେ ତାକୁ ପାଳନ କରାଯାଉଛି । ଯାହା ଯାହା ପଦକ୍ଷେପମାନ ନିଆଯିବା କଥା ନିଆଯାଇଛି । ଯେଉଁ ପାକିସ୍ତାନୀ ନାଗରିକ ମାନେ ରହିଯାଇଛନ୍ତି ସେମାନେ କିପରି ପ୍ରତ୍ୟର୍ପଣ ହେବେ ସେନେଇ ପଦକ୍ଷେପ ନିଆଯାଉଛି ।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବି ଚିହ୍ନଟ କରାଯିବ । ସରକାର ଗୁରୁତର ସହ ବିଚାର କରିବା ଆରମ୍ଭ କରିଛନ୍ତି । ଭୁବନେଶ୍ଵର ସମେତ ଅନେକ ସ୍ଥାନରେ ଛଦ୍ମବେଶରେ ବାଂଲାଦେଶୀ ଅଛନ୍ତି । ଗତ ସରକାର ଭୋଟ୍ ପାଇଁ ବିଭିନ୍ନ ପରିଚୟ ପତ୍ର ଦେଇ ସରକାରୀ ସହାୟତା ଦେଇଥିଲେ । କିନ୍ତୁ ଆମ ସରକାର କଠୋର ନୀତି ଆପଣାଇଛନ୍ତି । ଛଦ୍ମ ପରିଚୟ ପତ୍ର କାମ ଦେବନି । ପଶ୍ଚିମବଙ୍ଗର ପରିଚୟ ପତ୍ରରେ ଲୁଚି ରହିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ସମୀକ୍ଷା କରି ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ନାଗରିକ ଚିହ୍ନଟ ହେବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
You Can Read:
ନିୟମକୁ ଫୁ କରି ଖୋଲୁଛି ପ୍ରାଇଭେଟ୍ ସ୍କୁଲ, ମନ୍ତ୍ରୀ କହିଲେ- ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ