ନିୟମକୁ ଫୁ କରି ଖୋଲୁଛି ପ୍ରାଇଭେଟ୍ ସ୍କୁଲ, ମନ୍ତ୍ରୀ କହିଲେ- ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 29, 2025 IST

ଭୁବନେଶ୍ବର : ଗ୍ରୀଷ୍ମପ୍ରବାହ ପାଇଁ ସ୍କୁଲ ବନ୍ଦ ନେଇ ଶିକ୍ଷା ବିଭାଗ ତାଗିଦ କରିଥିଲେ ବି କିଛି ସ୍ଥାନରେ ସ୍କୁଲ ଖୋଲୁଥିବା ଦେଖାଯାଇଛି । କିନ୍ତୁ ଶିକ୍ଷା ବିଭାଗ ଏନେଇ ଶକ୍ତ ଆଭିମୁଖ୍ୟ ନେଇଛି । ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି । ଯଦି ନିୟମକୁ ଅବମାନନା କରି ସ୍କୁଲ ଖୋଲା ହେଉଥିବା ଲକ୍ଷ୍ୟ କରାଯିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ଏହାସହ ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ତ୍ରୀ କହିଛନ୍ତି । 

ସୋମବାର ପାରଦର୍ଶି ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଭାବକ ଓ କିଛି କୁନି କୁନି ପିଲା ଓସେପା ଅଫିସରେ ଧାରଣାରେ ବସିଥିଲେ । ତାହା ଦୃଷ୍ଟିଗୋଚର ହୋଇଛି । ଯଦି କିଛି ତ୍ରୁଟି ଅଛି ଅନୁଧ୍ୟାନ କରାଯିବ । ବିଇଓ ମାନଙ୍କୁ ମଧ୍ୟ ଏନେଇ ଜଣାଇବୁ । ଯଦି କେହି ବ୍ୟତିକ୍ରମ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ହିଟ୍ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

ମଙ୍ଗଳବାର ସ୍ୱତନ୍ତ୍ର ଶିକ୍ଷକ ମାନେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟିଥିଲେ । ୬ ଦଫା ଦାବି ନେଇ ସେମାନେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଆଧାରରେ ବିଚାର କରୁଛୁ । କ’ଣ ସମାଧାନ କରିହେବ ବିଚାର କରୁଛୁ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । 

ଏହାସହ ବର୍ଦ୍ଧିତ ଭତ୍ତା ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ଭତ୍ତା ବୃଦ୍ଧି କରିଛୁ । ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବର୍ଦ୍ଧିତ ଭତ୍ତା ମିଳୁଛି । ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛୁ । ଆଗାମୀ ଦିନରେ ଆଲୋଚନା କରି ଆଉ କ’ଣ ନିଷ୍ପତ୍ତି ନିଆଯାଇପାରିବ ସେନେଇ ଜଣାଇବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

You Can Read:

ପାକିସ୍ତାନ ଫେରିବେ ନା ଭାରତରେ ରହିବେ ରେଜିଆ ସୁଲତାନା : ସୋର ସ୍ଥିତ ଘରେ ପହଞ୍ଚିଲା ପୋଲିସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.