ଚାମ୍ପିଅନ୍ସ ଟ୍ରଫି ପାଇଁ ଖେଳାଳିଙ୍କ ସହ ଯିବନି ପରିବାର, ଅନୁମତି ଦେବାକୁ ମନା କଲା BCCI

Published By : Prameya-News7 Bureau | February 13, 2025 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ କ୍ଲିନ୍ ସୁଇପ୍ କରିବା ପରେ ଏବେ ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ନିଜର ଦମ୍ ଦେଖାଇବ । ଫେବ୍ରୁଆରୀ ୧୯ରୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ଫେବ୍ରୁଆରୀ ୨୦ରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ମୁକାବିଲା ବାଂଲାଦେଶ ବିପକ୍ଷରେ ଖେଳିବ । ଟିମ୍ ଇଣ୍ଡିଆର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳାଯିବ । ତେବେ ଏହା ପୂର୍ବରୁ ଏକ ବଡ଼ ପ୍ରଶ୍ନ ଥିଲା ଯେ ଖେଳାଳିଙ୍କ ସହ ସେମାନଙ୍କ ପରିବାର ଯାତ୍ରା କରିପାରିବେ କି ? ଏବେ ଏହାର ଜବାବ ସାମନାକୁ ଆସିଛି । ଟିମ୍ ଇଣ୍ଡିଆର ପ୍ରତ୍ୟେକ ଖେଳାଳି ଏକାକୀ ଦୁବାଇ ଯିବେ ।

ରିପୋର୍ଟ ଅନୁସାରେ ଭାରତୀୟ ଖେଳାଳି ଫେବ୍ରୁଆରୀ ୧୫ରେ ଦୁବାଇ ଗସ୍ତ କରିବେ । ତେବେ ଖେଳାଳିଙ୍କ ସହ ସେମାନଙ୍କ ପରିବାର ସଦସ୍ୟ ରହିବେ ନାହିଁ । ବିସିସିଆଇର ନୂଆ ଟ୍ରାଭେଲ୍ ପଲିସି ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟରେ ଲାଗୁ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ ଏକ ମାସରୁ କମ୍ ସମୟର ହୋଇଥିବାରୁ ଖେଳାଳିଙ୍କ ସହ ପରିବାର ଲୋକ ଯାଇପାରିବେ ନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍‌ର ଶୋଚନୀୟ ପରାଜୟ ପରେ ବିସିସିଆଇ ଏକ ନୂଆ ଟ୍ରାଭେଲ୍ ନୀତି ଲାଗୁ କରିଥିଲା । ଏହା ଅନୁସାରେ ଟିମ୍ ଇଣ୍ଡିଆ କୌଣସି ଗସ୍ତ ଯଦି ୪୫ ଦିନ କିମ୍ୱା ଏହାଠାରୁ ଅଧିକ ହୁଏ ତେବେ ଖେଳାଳିଙ୍କ ପରିବାର ଲୋକ ଦୁଇ ସପ୍ତାହ ଯାଏ ତାଙ୍କ ସହ ରହିପାରିବେ ।

ପଢନ୍ତୁ: ‘ତୁମେ ଭାରତର ଅସମ୍ମାନ କରିଛ’, ନିଜ ଦେଶର ଖେଳାଳିଙ୍କ ଉପରେ ବର୍ଷିଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ

ରିପୋର୍ଟ ଅନୁସାରେ ବିସିସିଆଇର ସବୁ ନିୟମ ଲାଗୁ ହୋଇସାରିଛି । ସମସ୍ତ ଖେଳାଳି ଏବେ ଗୋଟିଏ ବସ୍‌ରେ ହିଁ ଅଭ୍ୟାସ ପାଇଁ ଯାଉଛନ୍ତି । କୌଣସି ଖେଳାଳି ସ୍ୱତନ୍ତ୍ର ସୁବିଧା ଦିଆଯାଉ ନାହିଁ । ଖେଳାଳି ଟିମ୍ ଇଣ୍ଡିଆର ସଦସ୍ୟ ନଥିବା ସମୟରେ ଘରୋଇ କ୍ରିକେଟ୍ ଖେଳୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.