ପୁଅ ଉପରକୁ ବୋମାମାଡ, ବାପାଙ୍କୁ ହାଣିଲେ ଦୁର୍ବୃତ୍ତ : କାରଣ ଅସ୍ପଷ୍ଟ

Published By : Prameya-News7 Bureau | September 17, 2024 IST

ପୁରୀ ୧୭।୯: ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କରାଜ । ବଳିଆ ପଣ୍ଡା ନାଲି ପଡ଼ିଆ ଅଞ୍ଚଳରେ ବୋମାମାଡ ସହ ହଣାକଟା ହୋଇଛି । ପୁଅ ଉପରକୁ ବୋମାମାଡ କରିବା ସହ ବାପାଙ୍କୁ ହାଣିଲେ ଦୁର୍ବୃତ୍ତ । ଗୁରୁତର ଆହତ ବାପା ଓ ପୁଅ ହେଲେ ସନ୍ଦିପ ସାନିୟଲ୍ ଓ ମୃତ୍ୟୁଞ୍ଜୟ ସାନିୟଲ୍ ବୋଲି ଜଣାପଡିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏଭଳି ଘଟଣା ପଛର କାରଣ ଅସ୍ପଷ୍ଟ ରହିଛି । ବଳିଆ ପଣ୍ଡା ଥାନା ପୋଲିସ ଛାନଭିନ୍ ଆରମ୍ଭ କରିଛି । ତଦନ୍ତ ପରେ ଘଟଣା ପଛର ପ୍ରକୃତ କାରଣ ଜଣାପଡିବ ।

You Can Read:

ଦୋକାନ ଭିତରକୁ ମାଡ଼ିଗଲା ଟ୍ରକ୍, ସିଡ଼ି ଲଗାଇ ବ୍ୟବସାୟୀଙ୍କୁ ଉଦ୍ଧାର କଲେ ଲୋକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.