ଦୋକାନ ଭିତରକୁ ମାଡ଼ିଗଲା ଟ୍ରକ୍, ସିଡ଼ି ଲଗାଇ ବ୍ୟବସାୟୀଙ୍କୁ ଉଦ୍ଧାର କଲେ ଲୋକ

Published By : Prameya-News7 Bureau | September 17, 2024 IST

ଯାଜପୁର ୧୭।୯: ଦୋକାନ ଭିତରକୁ ମାଡ଼ିଗଲା ବାଲି ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଦୋକାନୀ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ଏନସି କଲେଜ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଯାଜପୁର ଟାଉନ ଥାନା ଅନ୍ତର୍ଗତ ଏନସି କଲେଜ ଛକ ଠାରେ ଜଳଖିଆ ଦୋକାନକୁ ପଶିଗଲା ବାଲି ବୋଝେଇ ଟ୍ରକ୍ । ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଜଳଖିଆ ଦୋକାନୀ ଜଣଙ୍କ ଦୋକାନ ଭିତରେ ଶୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଲୋକେ ସିଡ଼ି ଲଗାଇ ବ୍ୟବସାୟୀଙ୍କୁ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡିଛି ।

You Can Read:

ବେଦାନ୍ତର ଅବହେଳା ପରିଣାମ ଭୋଗୁଛନ୍ତି ଲାଞ୍ଜିଗଡବାସୀ, ବଂଶଧାରାରେ ଭାସୁଛି କୁଢ଼ କୁଢ଼ ମଲା ମାଛ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.