ନୃଶଂସ ବାପର ଉନ୍ମତ୍ତ କାଣ୍ଡ, ପୁଅକୁ ରେଳ ଧାରଣାରେ ଶୁଆଇଦେଲେ

Published By : Prameya-News7 Bureau | October 20, 2024 IST

ବଲାଙ୍ଗୀର ୨୦।୧୦: ନୃଶଂସ ବାପର ଉନ୍ମତ୍ତ କାଣ୍ଡ। ଘରୋଇ କଳହକୁ କେନ୍ଦ୍ର କରି ପୁଅକୁ ରେଳ ଧାରଣାରେ ଶୁଆଇଦେଇଥିଲା ବାପା। ପୁଅକୁ ପୋଲିସ ଉଦ୍ଧାର କରିଥିବା ବେଳେ ବାପାକୁ ଗିରଫ କରିଛି ବଲାଙ୍ଗିର ସହର ସୁଦପଡ଼ାର ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। 

ଦୁଇଟି ଫଟୋ ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯେଉଁଥିରେ ରେଳଧାରାଣାରେ ଶୋଇଛି ୧୦-୧୨ ବର୍ଷର ଏକ ପିଲା ଏବଂ ଅନ୍ୟ ଫଟୋରେ ରେଳ ଧାରଣାରେ ବସିଛି। ବଲାଙ୍ଗିର ସହର ସୁଦପଡ଼ାର ଏହି ଘଟଣା। କଂଶାରୀ ପଡ଼ାର ସଚିନ ଦାସ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଶନିବାର ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ସଚିନ ପୁଅକୁ ଧରି ବାହାରିଥିଲେ। ପିଲାଟି ମନା କରିବାରୁ ବେକରେ ଛୁରୀ ରଖି ଜୋର ଜବରଦସ୍ତ ନେଇଯାଇଥିଲା ସଚିନ। ପରେ ରେଳ ଧାରଣାରେ ଶୋଇବାକୁ କହି ତାହାର ଫଟୋ ଉଠାଇ ସ୍ତ୍ରୀ ସହ ପରିବାର ଲୋକଙ୍କୁ ପଠାଇଥିଲା।  ଘଣ୍ଟାଏ ଭିତରେ ପୁଅର ମୃତଦେହ ଦେଖିବୁ ବୋଲି ଧମକ ଦେଇଥିଲା। ଏନେଇ ପରିବାର ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଷ୍ଟେସନକୁ ଫୋନ କରି ଦୁଇ ପଟୁ ଟ୍ରେନ ଚଳାଚଳ ବନ୍ଦ କରିଥିଲା।  ପରେ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ବାପାକୁ ଗିରଫ କରିଥିଲେ। ଏହା ପ୍ରଥମ ଘଟଣା ନୁହେଁ ସଚିନ ନାଁରେ ପୂର୍ବରୁ ଡକାୟତି, ହତ୍ୟା ଉଦ୍ୟମ ଭଳି ରହିଥିବା ପୋଲିସ ସୂଚନା ଦେଇଛି। 

ଘରୋଇ କଳିରୁ ମଣିଷ ଏତେ ତଳକୁ ଖସି ଯାଇପାରେ ତାହାର ଆଉ ଏକ ଉଦାହର। ଏହି ଘଟଣା ପ୍ରଘଟ ହେବା ପରେ ବାପାର ଏଭଳି କାଣ୍ଡକୁ ଅନେକ ତୀବ୍ର ସମାଲୋଚନା କରିଛନ୍ତି। ଉଦାହରଣ ହେବା ଭଳି ଦଣ୍ଡ ଦେବାକୁ ଦାବି କରିଛନ୍ତି। ଗିରଫ ସଚିନକୁ ପୋଲିସ କୋର୍ଟ ଚାଲାଣ କରିଛି। ଏଥିସହିତ ଶିଶୁକୁ ତାର ମାଆକୁ ହସ୍ତାନ୍ତର କରିଛି। 

You Can Read:

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି, ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ ପୋଷ୍ଟରେ ନିଯୁକ୍ତି ପାଇବେ ଏକ୍ସ ସର୍ଭିସ୍ ମ୍ୟାନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.