ସମ୍ ହସ୍ପିଟାଲ ପକ୍ଷରୁ ନିଆଳିରେ ମାଗଣା ସ୍ବାସ୍ଥ୍ୟ ଶିବିର, ସ୍ଵାସ୍ଥ୍ୟ ପରୀକ୍ଷା କରାଇଲେ ଶତାଧିକ ଲୋକ

Published By : Prameya-News7 Bureau | October 20, 2024 IST

ନିଆଳି ୨୦।୧୦: ଫୁଲନଖରା ସ୍ଥିତ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ଏବଂ ରାମକୃଷ୍ଣ ଟେମ୍ପୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ନିଆଳି, ତୁଣ୍ଡା ମାଗୁରାକୁଦ ରାମ ମନ୍ଦିର ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ୨୦ ଖଣ୍ଡ ଗ୍ରାମରୁ ଶତାଧିକ ଲୋକେ ଶିବିରରେ ପହଞ୍ଚି ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା କରାଇବା ସହ ଡାକ୍ତରୀ ପରାମର୍ଶ ଓ ମାଗଣା ଔଷଧ ନେଇଥିଲେ । ଭେଷଜ, ଶିଶୁରୋଗ, ସ୍ତ୍ରୀ ଓ ପ୍ରସୂତୀ, ଅସ୍ଥିଶଲ୍ୟ, ନାଶା, ଗଳା, କର୍ଣ୍ଣ ଇତ୍ୟାଦି ୨୦ଟି ପ୍ରମୁଖ ବିଭାଗର ଡାକ୍ତର ମାନେ ରହି ଚିକିତ୍ସା ସେବା ଯୋଗାଇ ଦେଇଥିଲେ । ଗ୍ରାମାଞ୍ଚଳରେ ସମ୍ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିରକୁ ରୋଗୀମାନେ ଆସି ଉପକୃତ ହେଉଥିବା ରୋଗୀ କହିଛନ୍ତି । ଆୟୋଜକ ମଧ୍ଯ ପ୍ରଶଂସା କରିଛନ୍ତି ସମ୍ କର୍ତ୍ତୃପକ୍ଷଙ୍କୁ । ଡାକ୍ତରମାନେ ପ୍ରତିଦିନ ହସ୍ପିଟାଲରେ ବସି ରୋଗୀ ଦେଖୁଥିବା ବେଳେ ଗାଁରେ ଆସି ରୋଗୀମାନଙ୍କ ସମସ୍ୟା ବୁଝିବା ଅନୁଭୂତି ଅଲଗା ବୋଲି ଶିଶୁ ରୋଗ ଡାକ୍ତର ସୌମ୍ୟରଞ୍ଜନ ସାମଲ କହିଛନ୍ତି । ଏଭଳି କାର୍ଯ୍ୟରେ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ସର୍ବାଗ୍ରେ ବୋଲି କହିଛନ୍ତି ।


You Can Read:

ନିର୍ବାଚନ ପରାଜୟ ନେଇ ଭୂପିନ୍ଦରଙ୍କ ତେର୍ଚ୍ଛା ନିସାନା, କହିଲେ-ଆତ୍ମଘାତୀ ଗୋଲ୍ ହେଲେ ପରାଜୟ ସୁନିଶ୍ଚିତ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.