ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ: ସତର୍କ ରୁହନ୍ତୁ, ଭୟଭୀତ ନହେବାକୁ SRCଙ୍କ ପରାମର୍ଶ

Published By : Prameya-News7 Bureau | October 20, 2024 IST

ଭୁବନେଶ୍ୱର: ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ସତର୍କ ରୁହନ୍ତୁ, ଅଯଥା ଭୟଭୀତ ହୁଅନ୍ତୁନି। ସମ୍ଭାବ୍ୟ ବାତ୍ୟାକୁ ନେଇ ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି ଯେ- ଲଘୁଚାପ ଅବପାତର ରୂପ ନେବ। ଅବପାତର ରୂପନେଇ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ଏହାର ପ୍ରଭାବରେ ୨୩ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ଏହାପରେ ଅବପାତ ବାତ୍ୟାର ରୂପ ନେଇପାରେ। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ। 

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।  ୨୩ରୁ ୨୫ ତାରିଖ ଯାଏ ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷିବ। ସେପଟେ ୫ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା କେନ୍ଦ୍ରାପଡା, କଟକ, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି ଓ କନ୍ଧମାଳ। 

EDD(Estimated Date of Delivery) ଆସନ୍ତା ସପ୍ତାହ ଭିତରେ ଥିଲେ ଗର୍ଭବତୀମାନେ ଡାକ୍ତରଖାନାରେ ଆଡମିଶନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.