ନୂଆଦିଲ୍ଲୀ: କୌଣସି ବ୍ୟକ୍ତିଙ୍କୁ ଚାକିରି ଛାଡ଼ିବାକୁ ହେଲେ ପ୍ରଥମେ କର୍ମଚାରୀ ଇସ୍ତଫା ଦେଇଥାନ୍ତି । ଏହି ଇସ୍ତଫା ପତ୍ରକୁ କିଏ ପେପରରେ ଲେଖିକରି ଦେଇଥାଏ ତ ପୁଣି କିଏ ଇ-ମେଲ୍ କରିଥାଏ । ଏବେ ରେଜିଂନାସନ୍ ଲେଟରରେ କ୍ରିଏଟିଭ୍ କଲେଣି ଲୋକେ । ଇସ୍ତଫା ପତ୍ରକୁ ଟଏଲେଟ୍ ପେପରରେ ଲେଖିକରି ଦେବା କେବେ ଶୁଣିନଥିବେ ଆପଣ । ହଁ, ଆଜ୍ଞା ଏହା ସତ, କର୍ପୋରେଟ୍ ସେକ୍ଟରର ଜଣେ କର୍ମଚାରୀ ନିଜ ଇସ୍ତଫା ପତ୍ର ଟଏଲେଟ୍ ପେପରରେ ଲେଖି ଦେଇଛନ୍ତି । ଆଉ କାହିଁକି ଏଭଳି କରିଛନ୍ତି, ଏହାର କାରଣ ମଧ୍ୟ ଏଥିରେ ଲେଖିଛନ୍ତି । ତେବେ କର୍ମଚାରୀଙ୍କ ଏହି ରେଜିଂନାସନ୍ ଲେଟର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
କର୍ମଚାରୀ ଟଏଲେଟ୍ ପେପରେ ଦେଲେ ଇସ୍ତଫା:
ସିଙ୍ଗାପୁରର ଜଣେ ମହିଳା ଉଦ୍ୟୋଗୀ ଏଞ୍ଜଳା ୟୋହ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲେଙ୍କଡେନ୍ ଏଭଳି କିଛି ଅନୁଭବ ସେୟାର କରିଛନ୍ତି । ଯାହା ସମସ୍ତଙ୍କ ଧ୍ୟାନ ଅକର୍ଷଣ କରିଛି । ତାଙ୍କର ଜଣେ କର୍ମଚାରୀ ଇସ୍ତଫା ପତ୍ର ମାଧ୍ୟମରେ ନିଜର ଅସନ୍ତୋଷ ଜାହିର କରିବା ସହିତ କମ୍ପାନିକୁ ଟାର୍ଗେଟ୍ କରିଛନ୍ତି । ଏଞ୍ଜଲାଙ୍କ ଅନୁଯାୟୀ, କର୍ମଚାରୀ ଜଣଙ୍କ ଇସ୍ତଫା ପତ୍ରରେ ଟଏଲେଟ୍ ପେପର ବ୍ୟବହାର କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ନିଜକୁ ଟଏଲେଟ୍ ପେପର ଭଳି ଅନୁଭବ କରୁଛି । ଆବଶ୍ୟକତା ବେଳେ ବ୍ୟବହାର କରାଗଲା ଏବଂ କାମ ସରିବା ପରେ ଫିଙ୍ଗି ଦିଆଗଲା ।‘ ଏହା କେବଳ ଶବ୍ଦ ନଥିଲା, କାହିଁକ ନା କିଛି ଲୋକ ଏହାକୁ ନିଜ ସହିତ ତୁଳନା କରି ଦେଖିଛନ୍ତି । ଆଉ ଉକ୍ତ କର୍ମଚାରୀକୁ ସହାନୁଭୂତି ଦେଇଛନ୍ତି ।
ଇସ୍ତଫାରେ କ’ଣ ଲେଖାଯାଇଛି:
କର୍ମଚାରୀଙ୍କ ଇସ୍ତଫା ପତ୍ର ଏଞ୍ଜେଲାଙ୍କୁ ଦୋହଲାଇ ଦେଇଛି । ସେ ନିଜ ଏକ୍ସ ପୋଷ୍ଟରେ ଲେଖିଛନ୍ତି, କର୍ମଚାରୀ ଲେଖିଥିବା ଶବ୍ଦ ତାଙ୍କ ହୃଦୟରେ ଛାପ ହୋଇ ରହିଯାଇଛି । ଏହା କେବଳ ଏକ ଇସ୍ତଫା ପତ୍ର ନଥିଲା, ବରଂ ତାଙ୍କ କମ୍ପାନିରେ ଚାଲୁଥିଲା ସଂସ୍କୃତିକୁ ଆଇନା ଦେଖାଇବା ଭଳି ଥିଲା । କମ୍ପାନି କର୍ମଚାରୀଙ୍କ ପ୍ରତି ନମନୀୟ ହେବା ଜରୁରୀ, ସେମାନେ ଚାକିରି ଛାଡ଼ିବା ବେଳେ କୃତଜ୍ଞତା ନେଇକି ଯାଆନ୍ତୁ, ଅସନ୍ତୋଷ ନୁହେଁ ।
ସୋସିଆଲ୍ ମିଡିଆ ପ୍ରତିକ୍ରିୟା:
ଇସ୍ତଫା ପତ୍ରକୁ ଦେଖି କରି ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କର୍ପୋରେଟ୍ ଓ୍ବାର୍ଲ୍ଡରେ ଚାଲୁଥିବା ଘଟଣାକୁ ନେଇ ସମାଲୋଚନା କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବର୍ତ୍ତମାନ ସମୟ କର୍ପୋରେଟ୍ ଅଫିସର ବାତାବରଣ ଏତେ ଖରାପ ହେଲାଣି ଯେ, ସମସ୍ତେ ଚାକିରି ଛାଡ଼ି ଦେବା ଦରକାର । ଅନ୍ୟ ଜଣେ ଲେଖିଛନ୍ତି, କର୍ମଚାରୀଙ୍କୁ ଅଫିସ୍ରେ ଠିକ୍ ବ୍ୟବହାର ମିଳିବା ଜରୁରୀ । ...