କେନ୍ଦୁଝରରୁ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ, ଭଦ୍ରକ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

Published By : Prameya-News7 Bureau | January 24, 2025 IST

ଆନନ୍ଦପୁର ୧: କେନ୍ଦୁଝରରୁ ନିଖୋଜ ଫାଇନାନ୍ସ କର୍ମଚାରୀଙ୍କୁ ୨ ଦିନ ତଳେ ଭଦ୍ରକ ରେଳଷ୍ଟେସନରୁ ଉଦ୍ଧାର କରିଛନ୍ତି  ପରିବାର ଲୋକ । ଅସୁସ୍ଥତା ହେତୁ ତାଙ୍କୁ ଏବେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି   କରାଯାଇ ଚିକିତ୍ସା କରାଯାଉଛି । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କୋପଣ୍ଡି ଗାଁର ଯୁବକ ଲକ୍ଷ୍ମୀଧର ଜେନା ପ୍ରାୟ ୮ ମାସ ହେବ କେନ୍ଦୁଝର ଠାରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରନ୍ତି । ସେ ଗତ ୧୦ ତାରିଖ ରାତିରେ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିବା ସମୟରେ ଫାଇନାନ୍ସ କମ୍ପାନୀର ଅନ୍ୟଜଣେ କର୍ମଚାରୀ ମଧ୍ୟ ଯାଇଥିଲେ । ହେଲେ ଫେରିବା ସମୟରେ ଅଫିସକୁ ଯାଉଥିବା ରାସ୍ତାରେ ନଯାଇ ଅନ୍ୟ କର୍ମଚାରୀ ଜଣକ ଅନ୍ୟରାସ୍ତାରେ ପଳାଇଥିଲେ । ପରେ ପରେ ୨ ଜଣ ଦୁର୍ବୃତ୍ତ ଲକ୍ଷ୍ମୀଙ୍କୁ ନିଶା ସୁଙ୍ଘାଇ ବେହୋସ କରିବା ପରେ ନିକଟରେ ଥିବା ମୈଦାନ କେଲ୍ ଜଙ୍ଗଲକୁ ନେଇଯାଇ ତାଙ୍କ ନିକଟରେ ଥିବା ଲକ୍ଷାଧିକ ଟଙ୍କା ଲୁଟିନେଇ ଛାଡି ଚାଲିଯାଇଥିବା ଲକ୍ଷ୍ମୀ କହିଛନ୍ତି । ପରେ ପରେ ସେ କେନ୍ଦୁଝର ରେଳ ଷ୍ଟେସନରୁ ଟ୍ରେନ୍ ଯୋଗେ କେଉଁଆଡେ ଗଲେ ତାଙ୍କର ହୋସ୍ ନଥିଲା । ୧୩ ଦିନ ପରେ ଭଦ୍ରକ ରେଳ ଷ୍ଟେସନରୁ କେହି ଜଣେ ଫୋନ୍ କରି ଲକ୍ଷ୍ମୀ ସେଠାରେ ଥିବା ଘର ଲୋକଙ୍କୁ ଜଣାଇବା ପରେ ଘର ଲୋକେ ସେଠାକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ନିଶା ମାତ୍ରା ଅଧିକ ଥିବାରୁ ଏବେ ମଧ୍ୟ ଲକ୍ଷ୍ମୀ ବାଉଳି ଚାଉଳି ହେଉଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ସାଙ୍ଗରେ ଯାଇଥିବା ଅନ୍ୟ କର୍ମଚାରୀଙ୍କ ପ୍ରତି ସନ୍ଦେହ ଉପୁଜିଛି । ଫାଇନାନ୍ସ ସଂସ୍ଥା ଓ ପରିବାର ପକ୍ଷରୁ କେନ୍ଦୁଝର ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

You Can Read:

ହଜିବାକୁ ବସିଲାଣି ଭାରତର ଜାତୀୟ କ୍ରୀଡ଼ାର ମହତ୍ତ୍ଵ, କିନ୍ତୁ ହକି ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସୁବର୍ଣ୍ଣପୁରର ଆଦିବାସୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.