ମା’ ବିରଜାଙ୍କ ନିକଟରେ ପାଠ ହେଲା ନୂଆ ପାଞ୍ଜି, ଜାଣନ୍ତୁ ଚଳିତ ବର୍ଷ ଦେଶ ଓ ବିଦେଶର କ’ଣ ରହିଛି ଭବିଷ୍ୟ

Published By : Prameya-News7 Bureau | March 15, 2025 IST

ଯାଜପୁର ୧୫ବିରଜା ମଣ୍ଡଳୀରେ ସରିଛି ଦୋଳ ପୂର୍ଣ୍ଣିମା । ପବିତ୍ର ଦୋଳ ପୂର୍ଣ୍ଣିମାରେ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପାଖରେ ନୂତନ ପଞ୍ଜିକା ପାଠ କରାଯାଇଛି । ଏହାକୁ ପାଠ କରିଛନ୍ତି ସେବକ ଜ୍ୟୋତିଷ । ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମା’ଙ୍କୁ ବିଜେ ପ୍ରତିମାକୁ ରୀତିନୀତି ଅନୁସାରେ ଅଣାଯାଇଥିଲା । ସେଠାରେ ମା’ଙ୍କ ପୁରୋଧଙ୍କ ତତ୍ତ୍ଵାବଧାନରେ ପୂଜକ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯିବା ସହ ସେବକ ଓ ଜ୍ୟୋତିଷ ନୂତନ ପଞ୍ଜିକା ପାଠ କରିଥିଲେ । ଏହି ପଞ୍ଜିକା ଜନ ସାଧାରଣଙ୍କ ପାଇଁ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏପ୍ରିଲ ୧୪ ତାରିଖରେ ଉତ୍ସର୍ଗ କରାଯାଇଥାଏ । ଏହି ବିରଜା ପଞ୍ଜିକା ବିରଜା ମଣ୍ଡଳୀ ବ୍ୟତୀତ ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାରେ ମଧ୍ୟ ପ୍ରଚଳିତ ହୋଇଥାଏ । ଏହାସହ ଭବିଷ୍ୟ ଗଣଣା ଅନୁସାରେ କ’ଣ ରହିଛି ଭବିଷ୍ୟତ, ଚଳିତ ବର୍ଷ   ଦେଶ ଓ ବିଦେଶର କ’ଣ ରହିଛି ଭବିଷ୍ୟ, କିପରି ପାଣିପାଗ, ରାଜନୀତି କ୍ଷେତ୍ର, ସ୍ବାସ୍ଥ୍ୟ, ଶିକ୍ଷା, କୃଷି କ୍ଷେତ୍ରରେ କିପରି ରହିବ ସେ ସମ୍ପର୍କ ଉପରେ ସୂଚନା ପ୍ରଦାନ କରାଯାଇଛି । ପାଞ୍ଜି ଗଣନାକାରୀଙ୍କ ମତରେ ଚଳିତ ବର୍ଷ ଓଡ଼ିଶା ରାଜନୀତିର ହାଲଚାଲ ସବୁ କ’ଣ ରହିବ ତାହା ମଧ୍ୟ ସୂଚନା ଦେଇଛନ୍ତି ପଞ୍ଜିକାର ଓ ପୁରୋଧା ଓ ପୂଜକ । ତେବେ ଚଳିତ ବର୍ଷ ଦୁର୍ଘଟଣା, ଚୋରି, ଡକାୟତି, ରାହାଜାନୀ, ହିଂସା ଯୋଗୁ ଅଧିକ ଧନଜୀବନ ହାନୀ ହେବ ବୋଲି ପାଞ୍ଜିରେ ଉଲ୍ଲେଖ ଥିବା ପଞ୍ଜିକାର କହିଛନ୍ତି । 

ତେବେ ଏହି ପର୍ବକୁ ବେଶ୍ ଉତ୍ସାହର ସହ ପାଳନ କରିଛନ୍ତି ସହରବାସୀ । ସେପଟରେ ମା’ଙ୍କୁ ଦୋଳ ମଣ୍ଡପରେ ଦେଖିବାକୁ ଧାଇଁ ଆସିଛନ୍ତି ଶ୍ରଦ୍ଧାଳୁ । ଚଳିତ ବର୍ଷ ରାଜ୍ୟ ଓ ଦେଶର କ’ଣ ରହିଛି ଭବିଷ୍ୟ ଶୁଣିବାକୁ ଚାତକ ପରି ଚାହିଁବସିଥାନ୍ତି ସହରବାସୀ । ସେପଟେ ଚଳିତ ବର୍ଷ କୌଣସି  ସମ୍ମାନସ୍ପଦ ରାଜନୈତିକ ବ୍ୟକ୍ତିଙ୍କର ଦେହାନ୍ତ ଘଟିବ ବୋଲି ମଧ୍ୟ କହିଛନ୍ତି ପାଞ୍ଜିକାର । ମା’ଙ୍କୁ ଦୋଳ ମଣ୍ଡପରେ ଦେଖି ବେଶ୍ ଖୁସି ଆସିଥିବା ଶ୍ରଦ୍ଧାଳୁ । ବିଶେଷ କରି ଚଳିତ ବର୍ଷ କୃଷି, ସ୍ବାସ୍ଥ୍ୟ ଉପରେ ଭଲ ଥିବାରୁ ବେଶ୍ ଖୁସି ସହରବାସୀ । ଶଙ୍ଖ ଘଣ୍ଟ ଘଣ୍ଟାରେ କମ୍ପିଥିଲା ମନ୍ଦିର ବେଢ଼ା । ଦୋଳ ମଣ୍ଡପରେ ମା’ଙ୍କ ପୂଜା ପରେ ଉଭୟ ଉଭୟଙ୍କୁ ଅଭିର ଲଗାଇ ଏହି ଦୋଳ ପୂର୍ଣ୍ଣିମାରେ ଦୋଳ ଉତ୍ସବ ଖୁସି ମନାଇ ଥିଲେ ପୂଜକ ଶ୍ରଦ୍ଧାଳୁ । ଶେଷରେ ମା’ଙ୍କ ଦୋଳ ମଣ୍ଡପ ପାଖରେ ଭୋଗ ଲାଗିଥିବା ଚଣା ଶୋଲା ସମସ୍ତଙ୍କୁ   ଦିଆଯାଇଥିଲା ।

You Can Read:

ହୋଲିରେ ଗଡ଼ିଲା ମୁଣ୍ଡ : ସମ୍ବଲପୁର ଏବଂ ବ୍ରହ୍ମପୁରରେ ଛୁରୀ ଭୁସି ଦୁଇ ଜଣଙ୍କୁ ହତ୍ୟା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.