କଟକ ୧୨/୧୧: ପିଛା ଛାଡୁନି ବିବାଦ । ପୁଣି ଅଡୁଆରେ ଓଲିଉଡ ଅଭିନେତା ମନୋଜ ମିଶ୍ର । ମନୋଜଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଇଛି ଓଡ଼ିଆ ଫିଲ୍ମ ଆଣ୍ଡ ଟିଭି ଡାଇରେକ୍ଟର ଆସୋସିଏସନ । ସଂଘର ସଭାପତି ସବ୍ୟସାଚୀ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି କୌଣସି ନୂଆ ଫିଲ୍ମ ଆସିଲେ ମନୋଜ ମନ୍ତବ୍ୟ ଦେଉଛନ୍ତି । ଫିଲ୍ମ ନିର୍ଦ୍ଦେଶକ,ପ୍ରଯୋଜକ ଓ ଅଭିନେତାଙ୍କୁ ଆକ୍ଷେପ କରୁଛନ୍ତି । ଭାଷା କହିବା ବେଳେ ସଂଜତ ରଖୁନାହାନ୍ତି । ମନକୁ ଯାହା ଆସିଲା ସେୟା କହିଦେଉଛନ୍ତି । ସାମାଜିକ ଗଣମାଧ୍ୟମରେ ସମ୍ମାନହାନି ନେଇ ଏତଲାରେ ଉଲ୍ଲେଖ କରାଯାଇଛି ।