ପ୍ରୟାଗରାଜ: ମହାକୁମ୍ଭ କ୍ଷେତ୍ରରୁ ପୁଣି ଥରେ ଅଗ୍ନିକାଣ୍ଡ ଖବର ସାମନାକୁ ଆସିଛି । ମହାକୁମ୍ଭର ସେକ୍ଟର ୨୨ରେ ଅଗ୍ନିକାଣ୍ଡ ଯୋଗୁ ଅନେକ ପେଣ୍ଡାଲ ଜଳିପୋଡ଼ି ପାଉଁଶ ହୋଇଛି । ତେବେ ସଠିକ୍ ସମୟରେ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁକୁ ଆୟତ୍ତ କରିବାରୁ ଏକ ଅଘଟଣକୁ ଏଡାଇ ଦିଆଯାଇପାରଛି । ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଅଗ୍ନିକାଣ୍ଡର କାରଣ ଖୋଜିବା ପାଇଁ ତଦନ୍ତ କରାଯାଉଛି । ଶ୍ରଦ୍ଧାଳୁଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅଧିକାରୀମାନେ ଅପିଲ୍ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନିଆଁ ଲାଗିବା ଯୋଗୁ ସେକ୍ଟର ୨୨ରେ ୧୫ଟି ଟେଣ୍ଟ ଜଳିପୋଡ଼ି ଯାଇଛି । ଘଟଣା ସ୍ଥଳରେ ଟେଣ୍ଟ ଭିତରେ କୌଣସି ଶ୍ରଦ୍ଧାଳୁ ନଥିଲେ । ନିଆଁ ଲାଗିବା ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଟିମ୍ ତତ୍କାଳ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲା । ତେବେ ଟେଣ୍ଟ ଯାଏ ପହଞ୍ଚିବାକୁ କୌଣସି ରାସ୍ତା ନଥିବାରୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥିଲା ।
#WATCH | Prayagraj | UP Fire Department official Pramod Sharma says, "We got information about a fire in 15 tents under the Chatnag Ghat Police Station area, today. Taking immediate action, the fire was brought under control and doused. As per the SDM, it was an unauthorised tent… pic.twitter.com/a5cRkrCWKW
— ANI (@ANI) January 30, 2025
ଏହା ପୂର୍ବରୁ ଜାନୁଆରୀ ୧୯ରେ ମହାକୁମ୍ଭ ମେଳା କ୍ଷେତ୍ରରର ସେକ୍ଟର ୧୯ରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ପ୍ରାୟ ୧୮ରୁ ୨୦ ଟେଣ୍ଟ ଜଳିପୋଡ଼ି ପାଉଁଶ ହୋଇଥିଲା । ସିଲଣ୍ଡରରେ ନିଆଁ ଲାଗି ପରେ ଏହା ଚାରିଆଡ଼େ ବ୍ୟାପିଥିଲା । ଏପରି କି ସିଲିଣ୍ଡର ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା । ତେବେ ଫାୟାର ବ୍ରିଗେଡ୍ ଟିମର ତ୍ୱରିତ ଆକ୍ସନ ଯୋଗୁ ନିଆଁକୁ ଆୟତ୍ତ କରାଯାଇଥିଲା ।