ଭଦ୍ରକ ୯।୧୧: ବାତ୍ୟା ‘ଦାନା’ ପାଇଁ ଆସିଲା ପ୍ରାଥମିକ ସହାୟତା ରାଶି । ଅତ୍ୟଧିକ ଭାବେ କ୍ଷତିଗ୍ରସ୍ତଙ୍କୁ ଦିଆଯିବ ସହାୟତା । ଭଦ୍ରକ ଜିଲ୍ଲାରେ ‘ଦାନା’ ପାଇଁ ୫୯୦ ଅଙ୍ଗନବାଡି ଗୃହ, ୧୬୦୦ରୁ ଅଧିକ ରୋଡ଼, ୧୪୦ କଲଭର୍ଟ, ୯୭୨ ସ୍କୁଲ ଗୃହ ଓ ସରଞ୍ଜାମ କ୍ଷତି ହୋଇଥିବା ନେଇ ପ୍ରାଥମିକ ଆକଳନ କରିଥିଲା ଜିଲ୍ଲା ପ୍ରଶାସନ । ବାତ୍ୟା ଦ୍ଵାରା ଜିଲ୍ଲାର ୧୨୬୩ ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ୧୪ ଲକ୍ଷ ୨୦ ହଜାର ଲୋକ ପ୍ରଭାବିତ ହୋଇଥିଲେ ଓ ୧୨ ଲକ୍ଷ ପଶୁ ଜନ୍ତୁ ପ୍ରଭାବିତ ହୋଇଥିବା ନେଇ ଆକଳନ ହୋଇଥିଲା । ତେବେ ଜିଲ୍ଲାରେ ୩୫୨ କୋଟିର କ୍ଷୟକ୍ଷତି ନେଇ ପ୍ରାଥମିକ ଆକଳନ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ତରଫରୁ ୭୯ କୋଟି ଟଙ୍କାର ସହାୟତା ମିଳିଛି । ଅତି ଜରୁରୀ ଥିବା କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ଓ ବଳକା ରାଶି ଆସିଲେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
You Can Read:
ବିଜେଡ଼ି ପରାଜୟର ତିନି କାରଣ କହିଲେ ବରିଷ୍ଠ ବିଧାୟକ ରାଜେନ୍ଦ୍ର ଢୋଲକିଆ