ଭୁବନେଶ୍ବର ୯।୧୧: ବିଜେଡ଼ି ପରାଜୟର ତିନି କାରଣ କହିଲେ ବରିଷ୍ଠ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲକିଆ । ପ୍ରଥମ କାରଣ ହେଲା ପ୍ରଚାରରେ ସମନ୍ୱୟ ରହିଲାନି । ଦ୍ବିତୀୟ କାରଣ ହେଲା ପ୍ରାର୍ଥୀ ଚୟନ ଠିକ୍ ହେଲାନି ଯାହା ଜଣାପଡ଼ୁଛି । ତୃତୀୟ କାରଣ ହେଲା, ଫିଲ୍ଡ ଲେଭଲରେ ସମନ୍ୱୟ ରହିଲାନି । ଏହି କାରଣ ପାଇଁ ବିଜେଡ଼ି ପରାଜିତ ହେଲା । ଦଳ ଏନେଇ ସମୀକ୍ଷା କରୁଛି ।
ଆଜି ବି ଲୋକେ ବିଜେଡ଼ିକୁ ଚାହୁଁଛନ୍ତି । ନବୀନ ବାବୁ ଖୁବ୍ ଶୀଘ୍ର ଜିଲ୍ଲା ଗସ୍ତରେ ଯିବେ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜଭୁତ କରାଯିବ । ପଞ୍ଚାୟତ ନିର୍ବାଚନରେ ପୂର୍ବ ଥର ଭଳି ଏଥର ସଫଳତା ପାଇବ ବିଜେଡ଼ି । ଡିସେମ୍ବର ଜାନୁଆରୀ ଭିତରେ ନବୀନ ବାବୁ ଜିଲ୍ଲା ଗସ୍ତ କରିବେ ବୋଲି ଢୋଲକିଆ କହିଛନ୍ତି ।
ସେପଟେ, ଓଡିଶା ବିଜେପି ନେତାଙ୍କ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରକୁ ନେଇ କଡା ସମାଲୋଚନା କରିଛନ୍ତି । ଓଡ଼ିଶା ପରିବର୍ତ୍ତନ ପ୍ରଭାବ ଝାଡ଼ଖଣ୍ଡରେ ପକାଇବାକୁ ବିଜେପି ଚେଷ୍ଟା କରୁଛି । ସିବିଆଇ, ଇଡିକୁ ବ୍ୟବହାର କରାଯାଉଛି । ଲୋକେ କିନ୍ତୁ ଜାଣି ସାରିଲେଣି । ଝାଡ଼ଖଣ୍ଡ ସମେତ ମହାରାଷ୍ଟ୍ରରେ ବି ବିଜେପି ପରାଜିତ ହେବ । ଓଡ଼ିଶାର ମନ୍ତ୍ରୀ ଓ ବିଧାୟକ ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ ଯାଇଛନ୍ତି । ପ୍ରଥମ ଥର ଲାଗି ସରକାରକୁ ଆସିଛନ୍ତି । ଲୋକେ ଏଠି ଅନାହାରରେ ମୃତ୍ୟୁ କରୁଛନ୍ତି । ରାସନ ପାଉନାହାନ୍ତି । କିନ୍ତୁ ଓଡ଼ିଶା ବିଜେପି ନେତା କେନ୍ଦ୍ର ନିର୍ଦ୍ଦେଶକୁ ମାନି ପ୍ରଚାର ପାଇଁ ଝାଡ଼ଖଣ୍ଡ ଯାଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । କଟକ ଗଣଦୁଷ୍କର୍ମ, ଭୁବନେଶ୍ବରରେ ହତ୍ୟା ହେଉଛି । ସେଥିରେ ଅଧିକ ସମୟ ଦେଉନାହାନ୍ତି ସରକାର ବୋଲି ଢୋଲକିଆ କହିଛନ୍ତି ।
You Can Read:
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା : ବଙ୍ଗୀୟ ପର୍ଯ୍ୟଟକଙ୍କ ଆକ୍ରମଣରେ ଜେଟିପି ଆହତ