ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ ?

Published By : Prameya-News7 Bureau | January 05, 2024 IST

ଭୁବନେଶ୍ବର: ନୂଆ ବର୍ଷ ଆରମ୍ଭ ହୋଇସାରିଛି, ବିଜ୍ଞାନ ଅନୁସାରେ ଏହି ବର୍ଷ ବେଶ୍‌ ଖାସ୍‌ ମଧ୍ୟ ରହିବ। ତେବେ ଆସନ୍ତୁ ଜାଣିବା ୨୦୨୪ରେ କେବେ ଓ କେତେ ଥର ସୂର୍ଯ୍ୟପରାଗ ଏବଂ ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ। ଚଳିତ ବର୍ଷ ଦୁଇ ଥର ସୂର୍ଯ୍ୟ ପରାଗ ଏବଂ ଦୁଇ ଥର ଚନ୍ଦ୍ର ଗ୍ରହଣ ଦେଖିବାକୁ ମିଳିବ।

କେବେ ହୋଇଥାଏ ସୂର୍ଯ୍ୟ ପରାଗ:

ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଚନ୍ଦ୍ରମା ଆସିଥାଏ, ସେତେବେଳେ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିଥାଏ। ଚନ୍ଦ୍ରମାଙ୍କ ପଛରେ ସୂର୍ଯ୍ୟ କିଛି ସମୟ ପାଇଁ ଢାଙ୍କି ହୋଇଯା’ନ୍ତି ଏବଂ ସୂର୍ଯ୍ୟର ପ୍ରଭାବିତ ଅଂଶ ଦେଖାଯାଇନଥାଏ।

ଏପ୍ରିଲରେ ପ୍ରଥମ ସୂର୍ଯ୍ୟପରାଗ:

ଆମେରିକା ଅନ୍ତରୀକ୍ଷ ଏଜେନ୍ସୀ ନାସା ଅନୁଯାୟୀ, ୨୦୨୪ର ପ୍ରଥମ ସୂର୍ଯ୍ୟପରାଗ ଏପ୍ରିଲ ୮ରେ ହେବ। ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗର ଉପରେ ଆରମ୍ଭ ହୋଇ ମେକ୍ସେିକୋ ଆମେରିକା ଏବଂ କାନାଡା ଦେଇ ଅତିକ୍ରମ କରିବ। କୋଷ୍ଟା ରିକା, କ୍ୟୁବା, ଅରୁବା, କେମୈନ ଦ୍ବୀପ, ଡୋମିନିକା, ଫ୍ରେଞ୍ଚ ପୋଲିନେଶିୟା ଏବଂ ଜମୈକାରେ ଆଂଶିକ ସୂର୍ଯ୍ୟ ଗ୍ରହଣ ନଜର ଆସିବ।

ଭାରତରେ ଦେଖାଯିବନାହିଁ ସୂର୍ଯ୍ୟପରାଗ:

ସୂର୍ଯ୍ୟଗ୍ରହଣ ସମୟରେ ଭାରତରେ ରାତିର ସମୟରେ ହେବା ଅର୍ଥାତ୍ ସୂର୍ଯ୍ୟାସ୍ତ ହୋଇସାରିଥିବ। ତେଣୁ ଏହା ଭାରତରେ ସୂର୍ଯ୍ୟ ଗ୍ରହଣ ଦେଖାଯିବନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.