କେଉଁଠୁ କରିବେ ସାଇବର ‘ଲ’ କୋର୍ସ ? କେତେ ହେବ ଦରମା…

Published By : Prameya-News7 Bureau | October 06, 2024 IST

ନୂଆଦିଲ୍ଲୀ ୦୬।୧୦: ବର୍ତ୍ତମାନ ସମୟରେ ଜୋର ଧରିଛି ସାଇବର ଅପରାଧ । ଏହାକୁ ରୋକିବାକୁ ଅନେକ ଚଳାଛନ୍ତି ଚେଷ୍ଠା । କିନ୍ତୁ ଏଥିରେ କେମିତି ଚୟନ ନିଜ ପ୍ରଫେସନ । କେଉଁଠୁ କରିବେ ସାଇବର ଲ ର ପାଠପଢା । ଏଥିରୁ କେମିତି କରିବେ ରୋଜଗାର ? ଆସନ୍ତୁ ଜାଣିବା… 

IIIT ପ୍ରୟାଗରାଜରେ ପୁଣି ପଢାଯିବା ସାଇବର ଆଇନ । ୧୦ ବର୍ଷ ପୂର୍ବେ ଏଠାରେ ସାଇବର ଲ ’ମାଷ୍ଟର ଡିଗ୍ରୀ ପାଠ୍ୟକ୍ରମ ବନ୍ଦ ହୋଇଯାଇଥିଲା । ୨୦୧୪ରେ ଟ୍ରିପଲ୍ ଆଇଟି ସାଇବର ଲ ରେ ମାଷ୍ଟର ଅଫ୍ ସାଇନ୍ସର ଦୁଇ ବର୍ଷୀୟ କୋର୍ସ ଉପରେ ରୋକ୍ ଲଗାଇଥିଲା । ଏବେ ପୁନଶ୍ଚ ଏଠାରେ ପଢାଯିବ । 

କିନ୍ତୁ କଣ ସାରା ଦେଶରେ ଏହି କଲେଜରେ ହିଁ ପଢାଯିବା ସାଇବର ଲ । ନା ଆଉ କୌଣସି କଲେଜ୍ ଏଥିପାଇଁ ହେବ ବେଷ୍ଟ ? ଦିଲ୍ଲୀର ନ୍ୟାସନାଲ୍ ୟୁନିଭର୍ସିଟି ସାଇବର ଲ କୋର୍ସ ପାଇଁ ଦେଶର ସର୍ବୋତ୍ତମ ଅନୁଷ୍ଠାନ ମଧ୍ୟରୁ ଅନ୍ୟତମ। ବାଙ୍ଗାଲୋରର ନ୍ୟାସନାଲ ଏକାଡେମୀ ଅଫ୍ ଲିଗାଲ୍ ଷ୍ଟଡିଜ୍ ଆଣ୍ଡ ରିସର୍ଚ୍ଚରୁ ମଧ୍ୟ ସାଇବର ଲର କୋର୍ସ କରିହେବ । ଏହା ମଧ୍ୟ ଟପ୍ କଲେଜ ମଧ୍ୟରୁ ଗୋଟିଏ । 

ହାଇଦ୍ରାବାଦର ଆଇଏଲ୍ଏସ୍ ଲ କଲେଜ ଏବଂ ପୁଣେର ଡିପାର୍ଟମେଣ୍ଟ ଅପ୍ ଲ  କଲେଜ ମଧ୍ୟ ସାଇବର ଲ କୋର୍ସ ପାଇଁ ସର୍ବୋତମ । ସାଇବର ଲ କୋର୍ସ କରିବା ପରେ ବ୍ୟକ୍ତି ସରକାରୀ ବିଭାଗ, ଘରୋଇ ବ୍ୟାଙ୍କିଙ୍ଗ କ୍ଷେତ୍ର, ବିପିଓ, ଆଇଟି ଏବଂ ଶିକ୍ଷାନୁଷ୍ଠାନରେ ଚାକିରି ପାଇପାରିବେ । 

ଫ୍ରେଶର୍ ଭାବରେ ସାଇବର ଲ ବିଶେଷଜ୍ଞମାନେ ୨୦-୩୦ ହଜାର ବେତନ ପାଆଥାନ୍ତି । ଆଉ ଯେତେବେଳେ ଅଭିଜ୍ଞତା ହୋଇଯାଏ ସେତେବେଳେ ଦରମା ବଢି ୫୦ ହଜାର କିମ୍ବା ଲକ୍ଷେରୁ ଅଧିକ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.