ଦନ୍ତାକୁ ମାରି ଚୋରି କରିଥିଲେ ଦାନ୍ତ, ୫ ଜଣଙ୍କୁ ଧରିଲା ବନ ବିଭାଗ

Published By : Prameya-News7 Bureau | October 12, 2024 IST

News7

ବଲାଙ୍ଗିର: ଦନ୍ତାକୁ ମାରି ଦାନ୍ତ ଚୋରି ଘଟଣାରେ ୫ ଗିରଫ। ବଲାଙ୍ଗୀର ରେଞ୍ଜ ଅସୁର ଡୁଙ୍ଗୁରି ଜଙ୍ଗଲରେ ଦନ୍ତାକୁ ହତ୍ୟା ପରେ ଏମାନେ ଦାନ୍ତ ଚୋରି କରିଥିଲେ। ବାରହା ଶିକାରପାଇଁ ଲାଗିଥିବା ଫାଶରେ ହାତୀର ମୃତ୍ୟୁ ହୋଇଥିଲା। 

ଏହାପରେ ହାତୀର ଦାନ୍ତ କାଟି ନେଇଥିଲେ ୫ ଜଣ ଦୁର୍ବୃତ୍ତ। ତେବେ ବାରହା ଫାଶ ପାଇଁ ବ୍ୟବହାର ସମସ୍ତ ସାମଗ୍ରୀ ସହ ୫ ଜଣ ଗିରଫ କରିଛି ପୋଲିସ। କଟାଯାଇଥିବା ହାତୀ ଦାନ୍ତ ମଧ୍ୟ ଜବତ କରିଛି ବନବିଭାଗ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.