ପାକିସ୍ତାନ ମୁର୍ଦାବାଦ ନାରାରେ କମ୍ପିଲା ବୈପାରୀଗୁଡ଼ା ସହର, ପହଲଗାମ୍‌ ଆତଙ୍କୀ ଆକ୍ରମଣ ବରୋଧରେ ୫ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | April 29, 2025 IST

ବୈପାରୀଗୁଡା ୨୯।୪: ପାକିସ୍ତାନ ମୁର୍ଦାବାଦ ନାରାରେ କମ୍ପିଲା ବୈପାରୀଗୁଡା ସହର l ଆତଙ୍କବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କଲେ ଗ୍ରାମବାସୀ l ସର୍ବ ଦଳୀୟ କମିଟି ପକ୍ଷରୁ ୫ ଘଣ୍ଟିଆ ବୈପାରୀଗୁଡା ବନ୍ଦ ଡାକରା ଦିଆଯାଇଥିଲା l ଏଥିସହ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l 

ମଙ୍ଗଳବାର ବୈପାରୀଗୁଡା ମୁଖ୍ୟ ଛକରେ ଜନ ଆକ୍ରୋଶ ଦେଖିବାକୁ ମିଳିଥିଲା । ପାକିସ୍ତାନର ଜାତୀୟ ପତାକା ଉପରେ ଠିଆ ହେବା ସହ ପତାକା ଜାଳିଲେ ଆନ୍ଦୋଳନକାରୀ l ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣ ବରୋଧରେ ପ୍ରତିବାଦ ସଭା କରାଯାଇଛି l ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ବୈପାରୀଗୁଡାରେ ଦୋକାନ ବଜାର, ସମସ୍ତ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଥିଲା । ସହରର ବିଭିନ୍ନ ଛକରେ ବନ୍ଦ ପାଳନ କରାଯାଇଛି l ଶେଷରେ ୨ ମିନିଟ୍ ଶୋକସଭା ଅନୁଷ୍ଠିତ ହୋଇଯାଇଛି l

You Can Read:

ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ପାର୍ଲରରୁ ଫେରିବା ବାଟରେ କନ୍ୟା ଅପହରଣ ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.