ଅଟୋକୁ ପିଟିଲା ଟିପ୍ପର, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Published By : Prameya-News7 Bureau | February 17, 2025 IST

ଜୟପୁର ୧୭।୦୨ : କୋରାପୁଟ ବ୍ରାହ୍ମଣୀ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟିପ୍ପର । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟରେ ସୋମବାର ଦିନ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯେଉଁଥିରେ ଏକ ଯାତ୍ରୀ ବାହୀ ଅଟୋକୁ ଧକ୍କା ଦେଇଛି ଟିପ୍ପର । ଯାହାଫଳରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ତେବେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । 

ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ଯାହାକି ଆଗକୁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ବାକି ପୋଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ତଦନ୍ତ ପରେ ହିଁ ଦୁର୍ଘଟଣା ସଂପର୍କରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.