ବାଇକ୍‌ରୁ ଜବତ ହେଲା ୪ ଲକ୍ଷ ଟଙ୍କା, ଜଣେ ଅଟକ

Published By : Prameya-News7 Bureau | May 18, 2024 IST

Breaking_1

ଦେବଗଡ ୧୮।୫: ବାଇକରୁ ଜବତ ହେଲା ପ୍ରାୟ ୪ ଲକ୍ଷ ଟଙ୍କା । ଫ୍ଲାଇଂ ସ୍କ୍ବାଡ୍ ଦ୍ଵାରା ୩ ଲକ୍ଷ ୯୦ ହଜାର ଟଙ୍କା ଜବତ ହୋଇଛି । ଦେବଗଡ ସହରର କଲେଜ ରୋଡ୍‌ରୁ ଏହି ଟଙ୍କା ଜବତ କରିଛି ଫ୍ଲାଇଂ ସ୍କ୍ବାଡ୍ । ଟଙ୍କା ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ । ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ଦେବଗଡ ଥାନାରେ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଜାରି ରହିଛ ।

ସେପଟେ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟରେ ଜବତ ଟଙ୍କାର ତଥ୍ୟ ରଖିଥିଲେ । ସେ କହିଥିଲେ, ମୋଟ୍ ୨୫୪ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି । ନଗଦ ୧୭ କୋଟି ୧୮ ଲକ୍ଷ, ୩୧ ଲକ୍ଷ ଲିଟର ମଦ, ୭୩ କୋଟି ଟଙ୍କାର ଡ୍ରଗ୍ସ, ୧୪ କୋଟିର ସୁନାଗହଣା ଜବତ ହୋଇଛି । ସବୁଠାରୁ ଅଧିକ ବରଗଡ଼ରେ ନଗଦ ୧ କୋଟି ୨୬ ଲକ୍ଷ ଟଙ୍କା ଏବଂ ୮୦ ଲକ୍ଷ ଟଙ୍କାର ମଦ ଜବତ ହୋଇଛି । କନ୍ଧମାଳରେ ୩୬ ଲକ୍ଷ, ଆସ୍କାରେ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । 

You Can Read :

ରେଳ ଧାରଣା କଡରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.