ଭୁବନେଶ୍ବର ୩୦।୮: E-KYC ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ପର୍ଯ୍ୟାପ୍ତ ସମୟ ଦିଆଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ହିତାଧିକାରୀଙ୍କୁ ନୋଟିସ୍ ଦିଆଯିବ । ସାମିଲ ହୋଇଥିବା କେହି ବି ଯୋଗ୍ୟ ହିତାଧିକାରୀ ବାଦ ପଡିବେନି । କେହି ଚିନ୍ତା କରିବା ଆବଶ୍ୟକ ନାହିଁ । କାହାର ପରିବାର ସଦସ୍ୟ ବାହାରେ ଥିଲେ ସେମାନେ ଆରମରେ ଆସି କେଓ୍ବାଇସି କରିପାରିବେ । ସମସ୍ତ କେଓ୍ବାଇସି ଯାଞ୍ଚ ସରିବା ପରେ ଏହି ପ୍ରକ୍ରିୟା ବନ୍ଦ କରାଯିବ । ଏହି ସର୍ଭେ କେବଳ ମୃତ ଏବଂ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ହେଉଛି ।
You Can Read: