ପୋଲିସକୁ ସାଲୁଟ୍‌, ଶବକୁ କିସ୍‌ : ରାଜଧାନୀରେ ନିଶାସକ୍ତ ମହିଳାଙ୍କ ଉତ୍ପାତ

Published By : Prameya-News7 Bureau | October 09, 2024 IST

ଭୁବନେଶ୍ୱର ୦୯।୧୦ : ରାଜଧାନୀରେ ପୁଣି ଜଣେ ନିଶାସକ୍ତ ମହିଳାଙ୍କ ଉତ୍ପାତ । ପୋଲିସ ଓ ଡାକ୍ତରଙ୍କ ଉପସ୍ଥିତିରେ କ୍ୟାପିଟାଲ ହସ୍ପିଟାଲରେ ୩ ଘଣ୍ଟା ଧରି ହଙ୍ଗାମା କଲେ ମହିଳା । ଏପିରିକି ହସ୍ପିଟାଲ ଭିତରେ ପଶି ଏକ ମୃତଦେହକୁ କିସ୍‌ ମଧ୍ୟ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ବାରମ୍ବାର ବାରଣ ସତ୍ତ୍ୱେ ବି ଶୁଣିନଥିଲେ ମହିଳା । 

ନେପାଳ ଏହି ବିଦେଶିନୀ ଯୁବତୀ ଜଣକ ମଙ୍ଗଳବାର ରାତିରେ ଭୁବନେଶ୍ୱରରେ କରିଛନ୍ତି ହାଇଡ୍ରାମା । ପୋଲିସର ଦୁଇ କର୍ମଚାରୀଙ୍କୁ କାମୁଡି ଖଣ୍ଡିଆ କରିଥିଲେ । ଏହାପରେ କ୍ୟାପିଟାଲ ହସ୍ପିଟାଲରେ କରିଥିଲେ ଉତ୍ପାତ । କଳାରାହାଙ୍ଗ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିବା ଏହି ବିଦେଶିନୀ ପୂର୍ବରୁ ମଧ୍ୟ ଖାଇ ଖଣ୍ଡଗିରି ଥାନା ଅଞ୍ଚଳରେ ହଙ୍ଗାମ କରିଥିବାର ସୂଚନା ମିଳିଛି । ନିଶା ଛାଡିବା ପରେ ପୋଲିସ ଯୁବତୀଙ୍କୁ ନେଇ ତାଙ୍କ ଆପାର୍ଟମେଣ୍ଟରେ ନେଇ ଛାଡିଥିଲା । 

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ଧରି ରାଜଧାନୀରେ ମଦ୍ୟପ ମହିଳାଙ୍କ ଉତ୍ପାତ ବଢିବାରେ ଲାଗିଛି । କେଉଁଠି ପୋଲିସକୁ କାମୁ଼ଡି ଦେଉଛନ୍ତି , ତ ଆଉ କେଉଁଠି ରାସ୍ତା ମଝିରେ ଉତ୍ପାତ ମଚାଉଛନ୍ତି । ଯାହାକୁ ପୁରା ଟେନ୍‌ସନ୍‌ରେ କମିଶନରେଟ୍‌ ପୋଲିସ । ଭୁବନେଶ୍ୱରରେ ଏବେ ଚାରିଆଡେ ପାର୍ବଣର ମାହୋଲ । ଆଉ ଏପଟେ ମାତାଲ ମହିଳାଙ୍କ ଉତ୍ପାତ ଘଟଣା । ପୁରା ହରଡ଼ଘଣାରେ କମିଶନରେଟ୍‌ ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.