ଲଣ୍ଡା ପାହାଡ଼ରେ ଗଛ ଲଗାଇବ ବନ ବିଭାଗ, ଚଳିତ ବର୍ଷ ୨.୩୩ କୋଟି ଚାରା ବଣ୍ଟା ଯାଇଛି

Published By : Prameya-News7 Bureau | March 21, 2025 IST

ଭୁବନେଶ୍ୱର: ଓଡ଼ିଶାରେ ୩୩ ପ୍ରତିଶତ ଜଙ୍ଗଲ ଜମି ରହିଛି । ରାଜ୍ୟରେ ଜଙ୍ଗଲ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଲଣ୍ଡା ପାହାଡ଼ରେ ଗଛ ଲଗାଇବାକୁ ବନ ବିଭାଗର ଯୋଜନା ରହିଛି । ବର୍ଷକରେ ଏକ୍ ପେଡ୍ ମାଆ କେ ନାମ୍‌ରେ ୫.୬ କୋଟି ଚାରା ଲଗାଯାଇଛି । 

ବଢୁଛି ଜଙ୍ଗଲ, ଲମ୍ବୁଛି ବେଳାଭୂମି

୨୦୨୧ରୁ ୨୦୨୩ ଭିତରେ ରାଜ୍ୟରେ ୫୫୮ ହେକ୍ଟର ଜଙ୍ଗଲ ବଢିଛି । ୪୦୦ କି.ମି. ଥିବା ସୁଦୀର୍ଘ ବେଳାଭୂମି ଲମ୍ବି ଏବେ ୫୭୬ କିଲୋମିଟରରେ ପହଞ୍ଚିଲାଣି । ଗତ ଗୋଟେ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଆହ୍ୱାନରେ ଓଡିଶାରେ ୫.୬ କୋଟି ଚାରା ଲାଗିଲାଣି । ଉଜୁଡି ଯାଇଥିବା ଜଙ୍ଗଲ ପୁନରୁଦ୍ଧାର ପାଇଁ ଜଙ୍ଗଲ ବିଭାଗ ଯୋଜନା କରିଥିବା ବେଳେ ଚଳିତ ବର୍ଷ ୨.୩୩ କୋଟି ଚାରା ବଣ୍ଟା ଯାଇଛି । ତେବେ ତାପମାତ୍ର ହ୍ରାସ ପାଇଁ ରାଜ୍ୟର କିଛି ବଡ଼ ଲଣ୍ଡା ପାହାଡ଼ ଚିହ୍ନଟ କରାଯାଇ ସେଠାରେ ବୃଷ ରୋପଣ ପାଇଁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.