ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

Published By : Prameya-News7 Bureau | March 22, 2025 IST

ପୁରୀ ୨୨।୦୩ : ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ । ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।  ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ଅବକାଶ ନୀତି ସରି ବେଶ ହେଉଥିବା ସମୟରେ ଭିତରକାଠ ନିକଟରେ ପଡିଯାଇଥିଲେ ପାଣିଆପଟ ସେବକ । ତାଙ୍କ ହାତରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ପରମ୍ପରା ମୁତାବକ ଭିତରକାଠ ନିକଟରେ ରକ୍ତର ଛିଟା ପଡିଲେ ମହାପ୍ରଭୁଙ୍କର ମହାସ୍ନାନ ହୋଇଥାଏ। ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ମହାସ୍ନାନ ନୀତି ଚାଲିଛି। ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ୍ୟ ନୀତି ଆଗକୁ ବଢିବ। ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.