ଶିଶୁ ଭବନ ନୂଆ କୋଠାରେ ଲିଫ୍ଟ ବିଭ୍ରାଟ: ଘଣ୍ଟାଏ ଫସିରହିଲେ ଯୁବକ !

Published By : Prameya-News7 Bureau | March 22, 2025 IST

କଟକ ୨୨।୩: ଚିକିତ୍ସା ପାଇଁ ପୁଅକୁ ଧରି ହସ୍ପିଟାଲ୍ ଆସିଥିଲେ ଯୁବକ । ହେଲେ କୋଟି କୋଟି ଟଙ୍କାରେ ନବ ନିର୍ମିତ ବଲ୍ଡିଂର ଲିଫ୍ଟିରେ ଫସି ହେଲେ ହଇରାଣ । ଘଣ୍ଟାଏ କାଳ ଲିଫ୍ଟ ଭିତରେ ଅତି ଅସହାୟ ଭାବେ ଫଶି ରହିଲେ । ନାଁ ମୋବାଇଲରେ ନେଟୱର୍କ କାମ କଲା ନାଁ ଲିଫ୍ଟରେ ଲଗାଯାଇଥିବା ଏମର୍ଜେନ୍ସି ଆଲାର୍ମ । କଟକ ଶିଶୁଭବନରେ ପୁଅକୁ ଚିକିତ୍ସା କରାଇବାକୁ ଆଣି ହଟହଟା ହେଲେ ଯୁବକ । ଚିକିତ୍ସାଧୀନ ପୁଅର ସହାୟତା ପାଇଁ ଶିଶୁ ଭବନର ନୂଆ ବିଲ୍ଡିଂର ଲିଫ୍ଟରେ ଫସିଗଲେ ଯୁବକ । 

କଟକ ଶିଶୁ ଭଵନର ନବ ନିର୍ମିତ କୋଠାରେ ଏଭଳି ଘଟଣାକୁ ସବୁଠି ଚର୍ଚ୍ଚା । ଭଦ୍ରକ ଧାମନଗରର ସନ୍ତୋଷ କୁମାର ପାତ୍ର ପୁଅକୁ ଧରି ହସ୍ପିଟାଲ୍ ଆସିଥିଲେ । ହସ୍ପିଟାଲ୍ ଲିଫ୍ଟରେ ଯିବା ପରେ ଆଧାର ଅଟକି ଯାଇଥିଲା । ଯେଉଁଥି ପାଇଁ ଅଧଘଣ୍ଟା କାଳ ଲିଫ୍ଟ ଭିତରେ ଅତି ଅସହାୟ ଭାବେ ଫଶି ରହିଥିଲେ । ସାହାଯ୍ୟ ମାଗିବା ପାଇଁ କୌଣସି ସାଧନ ନଥିଲା । ମୋବାଇଲରେ ନେଟୱର୍କ ନଥିଲା, ଏପଟେ ଲିଫ୍ଟର ଏର୍ମଜେନ୍ସି ଆଲାର୍ମ ବି କାମ କରୁନଥିଲା । ଅନେକ ସମୟ ପରେ ତାଙ୍କର ଜଣେ ସମ୍ପର୍କୀୟଙ୍କ ସହିତ ଫୋନରେ ଯୋଗାଯୋଗ ସମ୍ଭବ ହେଲା । ସମ୍ପର୍କୀୟ ଜଣକ ଯୁବକଙ୍କ ପତ୍ନୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । 

ପତ୍ନୀ ହସ୍ପିଟାଲ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଚାଳିଶ ମିନିଟ୍ ପରେ ଆସି ପହଞ୍ଚିଥିଲେ ଲିଫ୍ଟ ମେକାନିକ୍ । ଏହା ପରେ ଲିଫ୍ଟ ଭିତରୁ ବାହାରିଥିଲେ ଯୁବକ । ତେବେ ଲିଫ୍ଟ ଭିତରେ କୌଣସି ଅପରେଟରଙ୍କୁ ନିଯୁକ୍ତି ଦିଆଯାଇ ନଥିବା କହିଛନ୍ତି ସେ । ଘଟଣା ସମ୍ପର୍କରେ ଯୁବକଙ୍କ ପତ୍ନୀ ଜଣେ ନର୍ସଙ୍କୁ ମଧ୍ୟ ଜଣାଇଥିଲେ । ନର୍ସ ଜଣକ ଉତ୍ତର ଦେଇଥିଲେ, "ଯଦି ଲିଫ୍ଟ ଚଳାଇବା ଜାଣି ନାହାନ୍ତି, ତେବେ ଲିଫ୍ଟରେ ଯାଉଥିଲେ କାହିଁକି ? " ଉଲ୍ଲେଖଯୋଗ୍ୟ,  କୋଟି କୋଟି ଟଙ୍କା ବ୍ୟୟରେ ଏହି ନୂଆ କୋଠା ଓ ଲିଫ୍ଟ ସେବା ମାତ୍ର  ମାସେ ତଳେ ଆରମ୍ଭ ହୋଇଛି ।

You Can Read:

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ସଡ଼କ ଦୁର୍ଘଟଣାରେ ମୁଖ୍ୟ ସାକ୍ଷୀ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.