ମାନବିକତାର ସୀମା ଟପିଲେ ଦୁର୍ବୃତ୍ତ, କୁକୁରକୁ ହାଣିଲେ ୮ ଦୁର୍ବୃତ୍ତ

Published By : Prameya-News7 Bureau | March 23, 2025 IST

ବ୍ରହ୍ମପୁର ୨୩।୦୩ : ମାନବିକତା ଭୁଲିଗଲେ । ସବୁ ସୀମା ଡେଇଁ ଭିଆଇଲେ ଅଭାବନୀୟ କାଣ୍ଡ । ଗୋଟିଏ କୁକୁରକୁ ଆଠ ଜଣ ଦୁର୍ବୃତ୍ତ ଜଣକ ପରେ ଜଣେ ଆକ୍ରମଣ କରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ରହ୍ମପୁର ସହରରୁ ଆସିଛି ଏପରି ଅମାନବୀୟ ଘଟଣା । 

ଖବର ଅନୁଯାୟୀ, ବ୍ରହ୍ମପୁର ରତ୍ନ ସାହିର ଜନୈକ ବ୍ୟକ୍ତିକ ଘର ବାହାରେ ପଡିଛି ରକ୍ତ ଛିଟା । ହେଲେ ଏହି କୌଣଷି ମଣିଷର ରକ୍ତ ନୁହଁ, ବରଂ ଏହା ଏକ ବୁଲା କୁକୁରର ରକ୍ତ । ଶନିବାର ଭୋର ସମୟର ଘଟଣା । ପ୍ରଥମେ ଗୋଟିଏ ସ୍କୁଟିରେ ୩ ଜଣ ଯୁବକ ଆସିଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ବୁଲା କୁକୁରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଏବଂ ସେହି ସ୍କୁଟିରେ ଚମ୍ପଟ ମାରିଥିଲେ । ପରେ ଆଉ ଏକ ଯୁବକ ଆସି ଆକ୍ରମଣ କରିଥିଲେ । ଆଉ ଏକ ସ୍କୁଟିରେ ଦୁଇଜଣଙ୍କ ପଛରେ ବସି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ପୁଣି କିଛି ସମୟ ପରେ ଅନ୍ୟ ଜଣେ ଯୁବକ ଦୌଡ଼ି ଆସି ଉକ୍ତ ଜୁଡୁବୁଡୁ କୁକୁରକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ନିକଟରେ ଲାଗିଥବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଅନ୍ୟପକ୍ଷରେ ଶନିବାର ଭୋର ସମୟରେ ୩ଟି ସ୍କୁଟିରେ ୮ଜଣ ଯୁବକ ଗାନ୍ଧୀନଗର କଣ ପାଇଁ ଆସିଥିଲେ ତାକୁ ନେଇ ପ୍ରଶ୍ନ ଉଠିିଛି । ଏଭଳି ଘଟଣା ଲୋକଲୋଚନକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ପଶୁପ୍ରେମୀମାନେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାଦି କରିଛନ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.