ଭୁବନେଶ୍ବର ୨୪।୩: ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏନେଇ ଲୋକସେବା ଭବନରେ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ୧୫ବର୍ଷ ପାଇଁ ହୋଇଛି ଏମଓୟୁ । ରାଜ୍ୟ ସରକାରଙ୍କର କୁଇନ ପାତ୍ର ଓ ପ୍ରଧାନ NGO ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଛି ।
ଢେଙ୍କାନାଳର ଆମ୍ବ ମିଠା ଆମ୍ବ । ତାର ଚାହିଦା ବିଦେଶରେ ରହିଥିବାରୁ ତାର ରପ୍ତାନୀ କରାଯିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସେହିଭଳି ମିଶନ ଶକ୍ତି ମାଧ୍ୟମରେ ବିଦେଶକୁ ସାମଗ୍ରୀ ରପ୍ତାନୀ ନେଇ ଦ୍ବିତୀୟ ଚୁକ୍ତି ହୋଇଛି । ଲୋକସେବା ଭବନରେ ଦୁଇ ଉପ ମୁଖ୍ୟମନ୍ତ୍ରୀ, ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ଏହି ଚୁକ୍ତି ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଉତ୍ପାଦକୁ ଗୁରୁତ୍ବ ଦିଆଯିବ ।
You Can Read:
କଣ୍ଟିଲୋରେ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶବର ସମ୍ପ୍ରଦାୟଙ୍କ ମହାଯଜ୍ଞରେ ଦେଲେ ଯୋଗ