ବିଧାନସଭା କାହା ନିର୍ଦ୍ଦେଶରେ ଚାଲିବ ନାହିଁ ବାଚସ୍ପତିଙ୍କ ନିଷ୍ପତ୍ତିରେ ଚାଲେ : ବାବୁ ସିଂ

Published By : Prameya-News7 Bureau | March 26, 2025 IST

ଭୁବନେଶ୍ବର ୨୬: ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ବିଶୃଙ୍ଖଳା ନେଇ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ବାବୁ ସିଂ । ସେ କହିଛନ୍ତି, ବିଧାନସଭା ଚାଲିଥିବା ସମୟରେ କଂଗ୍ରେସ ବିଧାୟକ ମାନେ ଯେଉଁଭଳି ବିଶୃଙ୍ଖଳା ସୃଷ୍ଟି କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ନିର୍ଦ୍ଦିଷ୍ଟ ବ୍ୟକ୍ତି ଯଦି ଚାହୁଁଥିବେ ତାଙ୍କ ଏଜେଣ୍ଡା ନେଇ ବିଧାନସଭାକୁ ଚଲେଇ ନଦେବେ ତାହା ଗ୍ରହଣୀୟ ନୁହେଁ । କଂଗ୍ରେସର କିଏ ସଭାପତି ହେବେ ସେ ବାହାରେ ରହି ବିଧାନସଭାକୁ ବନ୍ଦ କରାଯିବା ଠିକ୍ ନୁହେଁ ବୋଲି ବାବୁ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ପରୋକ୍ଷରେ କଂଗ୍ରେସକୁ ଆଗରେ ରଖି ପଛରୁ ନିଆଁ ତେଜୁଛି । ତାହା ସମସ୍ତଙ୍କୁ ଜଣାଅଛି । ଏମିତି ବିଧାନସଭାରେ ଚଳିବ ନାହିଁ । ବିଧାନସଭା କାହା ନିର୍ଦ୍ଦେଶରେ ଚାଲିବ ନାହିଁ ବାଚସ୍ପତିଙ୍କ ନିଷ୍ପତ୍ତିରେ ଚାଲେ ବୋଲି ବାବୁ ସିଂ କହିଛନ୍ତି ।

You Can Read:

ଏକଛତ୍ରବାଦ ଶାସନ ବନ୍ଦ କରି ଗଣତନ୍ତ୍ରକୁ ରକ୍ଷା ପାଇଁ ଆହ୍ୱାନ ଦେଲା କଂଗ୍ରେସ 

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.