କଣ୍ଟିଲୋରେ ନୀଳମାଧବଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶବର ସମ୍ପ୍ରଦାୟଙ୍କ ମହାଯଜ୍ଞରେ ଦେଲେ ଯୋଗ

Published By : Prameya-News7 Bureau | March 24, 2025 IST

ନୟାଗଡ଼ କଣ୍ଟିଲୋ ନୀଳମାଧବ ମନ୍ଦିରରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି କଣ୍ଟିଲୋରେ ନୀଳମାଧବଙ୍କ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୀଳମାଧବ ମନ୍ଦିରରେ ଆଳତୀ କରିଥିଲେ । ପୂଜକ ସମାଜ ପକ୍ଷରୁ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ପିତ୍ତଳର ନୀଳମାଧବଙ୍କ ବନ୍ଧେଇ ପ୍ରତିମୂର୍ତ୍ତି ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଥିଲା । ଏହାସହିତ ସ୍ବତନ୍ତ୍ର ଭାବେ ତିଆରି କରାଯାଇଥିବା ଏକ ପାଟ ପୂଜକମାନେ ପ୍ରଦାନ କରିଥିଲେ ।  

ଏହାପରେ ରାଷ୍ଟ୍ରପତି କାଳିଆପଲ୍ଲୀ ଠାରେ ଆୟୋଜିତ ଭାରତୀୟ ବିଶ୍ବାବସୁ ଶବର ସମାଜ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶବର ସମାଜ ଦ୍ବାରା ଆୟୋଜିତ ବିଶ୍ଵଶାନ୍ତି ମହାଯଜ୍ଞରେ ପୂର୍ଣ୍ଣାହୁତି ଦେବାସହ ବିଶ୍ଵାବସୁଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ ।  ଏହି ସ୍ଥାନରୁ ଶ୍ରୀଜଗନ୍ନାଥ ସଂସ୍କୃତିର ଉତ୍ପନ୍ନ ହୋଇଛି । ଲଳିତାଙ୍କ ଦାୟାଦମାନେ ଏବେ ଦଇତା ସେବକ ଭାବେ ଶ୍ରୀଜଗନ୍ନାଥଙ୍କ ସେବା କରୁଛନ୍ତି ବୋଲି କହିଥିଲେ ରାଷ୍ଟ୍ରପତି । 

ଏହି ସମୟରେ କଣ୍ଟିଲୋ, କାଲିଆପାଲ୍ଲୀ ଏବଂ ଆଦିବାସୀମାନଙ୍କର ଅବଦାନ ନେଇ ରାଷ୍ଟ୍ରପତି ବଖାଣିଥିବା ବେଳେ ଆଦିବାସୀମାନଙ୍କ ଉନ୍ନତିରେ ହିଁ ଦେଶର ଉନ୍ନତି ହେବ ବୋଲି ସେ କହିଥିଲେ।ଏଥିସହିତ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା କହିଥିଲେ । ଏଠାକାର ଛେନାପୋଡ଼, କଣ୍ଟେଇମୁଣ୍ଡି ବାଇଗରଣ ଉପାଖ୍ୟାନ ବଖାଣିଥିଲେ । ଏ ଅଞ୍ଚଳକୁ ବିଶ୍ବ ପର୍ଯ୍ୟଟନ ସହ ଯୋଡ଼ିବା ପାଇଁ ସେ ଆହ୍ବାନ ଦେଇଥିଲେ । 

ରାଷ୍ଟ୍ରପତିଙ୍କ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କମ୍ବମପାଟ୍ଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଥିଲେ । ଆଦିବାସୀଙ୍କ ପାଇଁ ରାଜ୍ୟ ସରକାର କରିଥିବା ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ । 

You Can Read:

ପ୍ୟାକ୍ସ ସ୍ଥାନ ବଦଳିଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଲେ ଚାଷୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.