ବ୍ରହ୍ମପୁର: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧିନଗର ଦ୍ଵିତୀୟ ଲାଇନ ଅମ୍ବିକାନଗରର ରଙ୍କ ସେଠୀ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ଵାପିନୀ ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ ରୁପଶ୍ରୀ ଚୌଧୁରୀ। ଘଟଣାରେ ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତି କୋର୍ଟ ଏହି ରାୟ ଶୁଣାଇଛନ୍ତି।
୨୦୨୩ ମସିହା ଡିସେମ୍ବର ମାସରେ ଏହି ହତ୍ୟାକାଣ୍ଡ ହୋଇଥିଲା। ବିଚ୍ ରାସ୍ତାରେ ବୟସ୍କ ରଙ୍କ ସେଠୀଙ୍କ ଗଳା କାଟି ହତ୍ୟା କରିଥିଲା ଦୋଷୀ ହରିହର ଓରଫ ବାପିନୀ ସାହୁ। ସୂଚନା ଅନୁସାରେ, ରଙ୍କ ଓ ହରିହର ମଧ୍ୟରେ କୌଣଶି କଥାକୁ ନେଇ କଥା କଟାକଟି ସହିତ ଗାଳିଗୁଲଜ ହୋଇଥିଲା। ଏକଥାକୁ କେନ୍ଦ୍ରକରି ହରିହର ରଙ୍କଙ୍କ ଉପରେ ରାଗ ସୁଝାଇବାକୁ ଯାଇ ଏହି ହତ୍ୟାକାଣ୍ଡ ଘଟାଇଥିଲେ।
ପଢନ୍ତୁ- କାଦୁଅ ପାଇଁ ଜାତୀୟ ରାଜପଥ ଜାମ୍, ଆଡମିଟ୍ କାର୍ଡ ଆଣିବା ପାଇଁ ୧୦ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ