ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ଖନନ ପାଇଁ ମଞ୍ଜୁର ହୋଇଛି, ଜୁନ୍ ୧୫ ସୁଦ୍ଧା ସାରିବାକୁ ଟାର୍ଗେଟ

Published By : Prameya-News7 Bureau | March 24, 2025 IST

ଭୁବନେଶ୍ବର ୨୪/୩: ରାଜ୍ୟରେ ବଢୁଛି ତାତି ପ୍ରକୋପ । ବିଭିନ୍ନ ସ୍ଥାନରେ ଜଳ ସଂକଟର ସାମ୍ନା କରିବେ ଲୋକେ । ଜନସାଧାରଣ କେମିତି ପାଣି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉଥିବା କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ । ଏବେ ୫ ଲକ୍ଷ ୧୮ ହଜାର ୨୬୭ଟି ନଳକୂପ ଅଛି । ଚଳିତ ବର୍ଷ ୨୦ ହଜାର ୯୦୪ଟି ନଳକୂଅ ମଞ୍ଜୁର ହୋଇଛି । ଦରକାର ପଡିଲେ ଆଉ ୧ ହଜାର ନଳକୂଅ ଖନନ ହେବ । ବର୍ତ୍ତମାନ ସୁଦ୍ଧା ୨ହଜାର ସଂପୂର୍ଣ୍ଣ ହୋଇଛି । ଜୁନ ୧୫ ସୁଦ୍ଧା ସମସ୍ତ ନଳକୂଅ ଖନନ କରିବାକୁ ଟାର୍ଗେଟ କରାଯାଇଥିବା କହିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।  



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.