ଭୁବନେଶ୍ବର ୨୫/୩: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ଅସ୍ତ୍ରୋପଚାର ଡେଲିଭରି । ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜରିଆନ । ବିଧାନସଭାରେ ଆଜି ଏପରି ଲିଖିତ ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗତ ୨ ବର୍ଷ ମଧ୍ୟରେ କେତେଜଣ ଶିଶୁ ଡାକ୍ତରଖାନାରେ ଜନ୍ମ ହୋଇଛନ୍ତି ? ଏମାନଙ୍କ ମଧ୍ୟରୁ କେତେଜଣ ଘରୋଇ ଓ କେତେଜଣ ସରକାରୀ ହସ୍ପିଟାଲରେ ଜନ୍ମ ହୋଇଛନ୍ତି ? କେତେଜଣ ସାଧାରଣ ଭାବରେ ଓ କେତେଜଣ ଅପରେସନ ମାଧ୍ୟମରେ ଜନ୍ମ ହୋଇଛନ୍ତି ତାର ତଥ୍ୟ ମାଗିଥିଲେ ବିଧାୟକ । ଏହାର ଉତ୍ତରରେ ସ୍ବାସ୍ଥ୍ୟମନ୍ତ୍ରୀ ୨ ବର୍ଷର ତଥ୍ୟ ଦେଇଛନ୍ତି ।
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ୨୦୨୨-୨୩ରେ ଘରୋଇ ହସ୍ପିଟାଲରେ ୧ ଲକ୍ଷ ୨୯ ହଜାର ୮୮ ଟି ଡେଲିଭରି ହୋଇଛି । ସେଥିରୁ ୯୯ ହଜାର ୯୯୮ଟି ସିଜରିଆନ ମାଧ୍ୟମରେ ହୋଇଛି । ଯାହାର ପରିମାଣ ୭୭ ଦଶମିକ ୪୬ ପ୍ରତିଶତ ରହିଛି ।ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲରେ ୧ଲକ୍ଷ ୪୦ ହଜାର ୧୨୬ଟି ଡେଲିଭରି ହୋଇଛି । ସେଥିରୁ ୧ଲକ୍ଷ ୧୩ ହଜାର ୫୯୮ଟି ଅସ୍ତ୍ରୋପଚାର ଡେଲିଭରି ହୋଇଛି ।