ଭୁବନେଶ୍ବର ୨୪/୩: ପିଏମ୍ ଆବାସ ସର୍ଭେର ଅଧିକାରୀଙ୍କୁ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକଙ୍କ କଡା ଚେତାବନୀ । ଘର ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ବାଦ୍ ପଡିଲେ ହେବ କଡା ଆକ୍ସନ । ଏବେ ସୁଦ୍ଧା ୨୪ ଲକ୍ଷ ୨୨ ହଜାର ୭୭୧ ଜଣ ପିଏମ ଆବାସ ଯୋଜନାରେ ପଞ୍ଜିକରଣ କଲେଣି । ମାର୍ଚ୍ଚ ୩୧ ସୁଦ୍ଧା ତାଲିକା ବିଭାଗର ହସ୍ତଗତ ହେବ ।
ପଞ୍ଚାୟତ ଓ ବ୍ଲକ ସ୍ତରର ଅଧିକାରୀ ଯଦି କାହାକୁ ଛାଡିଥିବେ ଯେଉଁ ସ୍ଥାନରୁ ଅଭିଯୋଗ ଆସିବ ଆମେ ସେମାନଙ୍କ ପାଖରେ ପହଞ୍ଚିବୁ । ଯଦି ଉଦ୍ଦେଶ୍ୟମୂଳକ ଭାବରେ କେଉଁ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ଦିଆଯାଇଥିବ ତେବେ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ କଡା ଆକ୍ସନ ନିଆଯିବ । ବାଦ୍ ପଡିଥିବା ହିତାଧିକାରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିପାରିବେ । ଆସନ୍ତା ୩୦ରେ ଅନ୍ତଦ୍ୟୋୟ ଯୋଜନାରେ ମୁଖ୍ୟମନ୍ତ୍ରୀ ୫୦ ହଜାର ଘର ବାଣ୍ଟିବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।