ସୋଆ ଏବଂ ହାଇଦ୍ରାବାଦ ସ୍ଥିତ କେଏଫ୍‌ଆଇଏନ୍ ଟେକ୍ନୋଲୋଜିସ୍ ଲିମିଟେଡ ମଧ୍ୟରେ ଏମ୍ଓୟୁ

Published By : Prameya-News7 Bureau | March 22, 2025 IST

ଭୁବନେଶ୍ୱର ୨୨।୦୩ : ପ୍ରତିଭାର ବିକାଶକୁ ତ୍ୱରାନ୍ୱିତ କରିବା,  ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତା,  ସ୍ଥାନୀୟ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ହାଇଦ୍ରାବାଦ ସ୍ଥିତ  କେଏଫ୍‌ଆଇଏନ୍‌ ଟେକ୍ନୋଲୋଜିସ୍‌  ଲିମିଟେଡ୍‌ ମଧ୍ୟରେ ଶୁକ୍ରବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।  

ଆର୍ଥିକ ସେବା, ଆଇଟି ଏବଂ  ଆଇଟିଇଏସ୍‌ ସମ୍ପର୍କିତ ସେବା  ପ୍ରଦାନ କରୁଥିବା କେଏଫ୍‌ଆଇଏନ୍‌  ଟେକ୍ନୋଲୋଜି ଲିମିଟେଡ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ, ଜ୍ଞାନ ପ୍ରଦାନ  ଏବଂ ନିଯୁକ୍ତ ସୃଷ୍ଟି କରିବା କ୍ଷେତ୍ରରେ  କାର୍ଯ୍ୟ କରୁଛି । ୬୦ ମାସ ଅବଧି ନିମନ୍ତେ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ର  ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାଇଁ କର୍ମଶାଳା  ଓ ଦକ୍ଷତା ସୃଷ୍ଟି କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହ ସେମାନଙ୍କୁ ଇନ୍‌ଟର୍ଣ୍ଣସିପ୍‌   ଏବଂ ନିଯୁକ୍ତି ପୂର୍ବର ସୁଯୋଗ ସହିତ ଦକ୍ଷ ପ୍ରତିଭାମାନଙ୍କୁ ନିଯୁକ୍ତିର ସୁଯୋଗ ମଧ୍ୟ ପ୍ରଦାନ କରିବ । ଏଥିସହିତ ଫ୍ୟାକଲ୍ଟି ଡେଭେଲପ୍‌ମେଣ୍ଟ ପ୍ରୋଗ୍ରାମ ଏବଂ ଶିଳ୍ପ-ଶିକ୍ଷା ମଧ୍ୟରେ ସହଭାଗିତା ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯିବ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ  କୁମାର ନନ୍ଦ ଏବଂ କେଏଫ୍‌ଆଇଏନ୍‌ ଟେକ୍ନୋଲୋଜି ଲିମିଟେଡ୍‌ର ଚିଫ୍‌ ପିପୁଲ  ଅଫିସର ସୁଜୟ ପୁଥ୍ରାନ୍‌ଙ୍କ ମଧ୍ୟରେ ଏହି  ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।  

ଏହି ଅବସରରେ ସୋଆର ସ୍ପନ୍‌ସର୍ଡ  ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ କନ୍‌ସଲ୍ଟାନ୍‌ସ (ଏସ୍‌ଆରଆଇସି)ର ଡିନ୍‌ ପ୍ରଫେସର  ପ୍ରଶାନ୍ତ କୁମାର ପାତ୍ର, ଇଣ୍ଡଷ୍ଟ୍ରି ଏନ୍‌ଗେଜମେଣ୍ଟ ଆଣ୍ଡ କର୍ପୋରେଟ ରିଲେସନ୍‌ସର ନିର୍ଦ୍ଦେଶକ ରୀପ୍ତି ରଞ୍ଜନ ଦାଶ, ସିନିୟର ମ୍ୟାନେଜର କର୍ପୋରେଟ ରିଲେସନ୍‌ସ ଅଭିଷେକ ପଟ୍ଟନାୟକ ଓ ଫ୍ୟାକଲ୍ଟି ଇନ୍‌ଚାର୍ଜ ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଣ୍ଟ ଡକ୍ଟର ମହମ୍ମଦ ଅବ୍‌ଦୁଲ ରଜାକ୍‌ ଉପସ୍ଥିତ ଥିଲେ। କେଏଫ୍‌ଆଇଏନ୍‌ ଟେକ୍ନୋଲୋଜି  ଲିମିଟେଡ ପକ୍ଷରୁ ଚିଫ୍‌ ଟେକ୍ନିକାଲ ଅଫିସର ଭେଙ୍କଟ ଗିରି ଭୋଙ୍କାୟାଲା ଏବଂ ଉପସଭାପତି ତଥା ଡାଟା ଆଣ୍ଡ  ଆନାଲିଟିକ୍ସ-ଆଇଟିର ମୁଖ୍ୟ ସୁବର୍ଣ୍ଣ ମିଶ୍ର ଏହି ବୁଝାମଣା ସ୍ୱାକ୍ଷର ହେବା ସମୟରେ ଉପସ୍ଥିତ ଥିଲେ ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.