ନୂଆଦିଲ୍ଲୀ ୨୪/୦୧: ଚର୍ଚ୍ଚାରେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ । ସୋସିଆଲ ମିଡିଆରେ ଚର୍ଚ୍ଚା, ବୈବାହିକ ଜୀବନରେ ପଡିପାରେ ପୂର୍ଣ୍ଣଚ୍ଛେଦ । ଏମିତି ଅନେକ ଖବର ଏବେ ଚର୍ଚ୍ଚା ହେଉଛି । ଖାସ୍ କରି ତାଙ୍କ ବୈବାହିକ ଜୀବନକୁ ନେଇ । କୁହାଯାଉଛି, କେ ଏବେ ଅଲଗା ହେବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହଓ୍ୱାଗ ଓ ତାଙ୍କ ପତ୍ନୀ ଆରତୀ ।
ସୂଚନା ଥାଉକି, କ୍ରିକେଟର ଷ୍ଟାର ଏବେ ଲାଇମ ଲାଇଟ୍ରେ ଖାସ୍ କରି ତାଙ୍କ ପର୍ସନାଲ ଲାଇଫ୍କୁ ନେଇ । ପ୍ରଥମେ ୟୁଜବେନ୍ଦ୍ର ଚହଲ, ଧନଶ୍ରୀଙ୍କ ପରେ ମନୀଷ ପାଣ୍ଡେ ଓ ତାଙ୍କ ପତ୍ନୀ । ଏବେ ପରେ ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଷ୍ଟାର ଖେଳାଳି ବିରେନ୍ଦ୍ର ସେହୱାଗଙ୍କ ସହ ଜଡ଼ିତ ଏକ ବଡ଼ ଆଶ୍ଚର୍ଯ୍ୟକର ଖବର ସାମନାକୁ ଆସିଛି । ରିପୋର୍ଟ ଅନୁସାରେ , ବିରେନ୍ଦ୍ର ସେହୱାଗ ନିଜର ପତ୍ନୀ ଆରତୀ ଅହଲାୱତଙ୍କ ଠାରୁ ବିବାହର ୨୦ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ।
ଦୁଇ ସପ୍ତାହ ପୂର୍ବେ ବିରେନ୍ଦ୍ର ସେହୱାଗ ପଲକ୍କଡରେ ବିଶ୍ୱ ନାଗୟକ୍ଷୀ ମନ୍ଦିର ଯାଇଥିଲେ। ଏହାର ଫଟୋ ତାଙ୍କର ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ହେଲେ , ସେଥିରେ ବି ଆରତୀ କେଉଁଠି ନଜର ଆସି ନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟ କିଛି ଠିକ ନଥିବା ଚର୍ଚ୍ଚା ହେଉଛି । ସେହୱାଗ ଏବଂ ଆରତୀ ୨୦୦୪ ମସିହାରେ ବିବାହ କରିଥିଲେ । ଏବେ ଏପରି ଚର୍ଚ୍ଚା ହେଉଛି ଯେ ସେମାନେ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଯାହା ଜଣାପଡିଛି ଯେ ସେହୱାଗ ଏବଂ ଆରତୀ କିଛି ମାସ ଧରି ଅଲଗା ରହୁଛନ୍ତି ।
ଖୁବ୍ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେଇପାରନ୍ତି। କହିବାକୁ ଗଲେ ବୀରେନ୍ଦ୍ର ସେହୱାଗ ବହୁ ବର୍ଷ ପୂର୍ବରୁ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ବିବାହ କରିବାର ତିନି ବର୍ଷ ପରେ, ସେମାନଙ୍କର ଏକ ପୁତ୍ର ସନ୍ତାନ ଆର୍ଯ୍ୟବୀର ହୋଇଥିଲା। ୨୦୧୦ ମସିହାରେ ଜନ୍ମିତ ସାନ ପୁଅର ନାମ ବେଦାନ୍ତ ।
ବୀରେନ୍ଦ୍ର ସେହୱାଗ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବଢ଼ୁଥିବା ମତଭେଦ ବିଷୟରେ ଗୁଜବ ପ୍ରଥମେ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେହୱାଗ ଗତ ବର୍ଷ ଦୀପାବଳିରେ ତାଙ୍କ ମାଆ ଏବଂ ପୁଅମାନଙ୍କ ସହିତ ଏକ ଫଟୋ ସେୟାର କରିଥିଲେ । କିନ୍ତୁ ସେଥିରେ ତାଙ୍କ ପତ୍ନୀଙ୍କ ଫଟୋ କିମ୍ବା ନାମର କୌଣସି ଉଲ୍ଲେଖ ନଥିଲା।