୧୫ବର୍ଷ ପରେ ସ୍ୱଦେଶ ଫେରିଲେ ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ, ଏବେ ହୋଇପାରନ୍ତି ଗିରଫ

Published By : Prameya-News7 Bureau | August 22, 2023 IST

ବ୍ୟାଙ୍କକ୍ ୨୨।୮: ଥାଇଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଥକ୍‌ସିନ୍ ସିନାୱାତ୍ରା ୧୫ ବର୍ଷ ପରେ ନିଜ ଦେଶକୁ ଫେରିଛନ୍ତି। ଗଣମାଧ୍ୟମ ସୂଚନା ଅନୁସାରେ ଥକସିନ୍‌ ଦୂରସଞ୍ଚାର ବ୍ୟବସାୟରେ ନିଜ ଭାଗ୍ୟ ଗଢିବାକୁ ସିଙ୍ଗାପୁରରୁ ଏକ ଘରୋଇ ବିମାନରେ ମଙ୍ଗଳବାର ପୂର୍ବାହ୍ନ ୯ଟା ବେଳେ ବ୍ୟାଙ୍କକ୍‌ର ଡନ୍ ମୁଏଙ୍ଗ ବିମାନ ବନ୍ଦରରେ ଅବତରଣ କରିଥିଲେ। ଥକ୍‌ସିନ୍‌ଙ୍କ ଭଉଣୀ ଇଂଗଲକ୍‌ ସିନାୱାତ୍ରା ଟିକ୍‌ଟକ୍‌ରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଥକ୍‌ସିନ୍‌ ଏକ କଳାରଙ୍ଗର ସୁଟ୍ ଓ ଲାଲ ଟାଇ ପିନ୍ଧି ଏକ ଛୋଟ ବିମାନ ଭିତରକୁ ଯାଉଥିବା ଦେଖାଯାଇଛି।

ବ୍ରିକ୍ସ ସମ୍ମିଳନୀରେ ଭାଗ ନେବା ପାଇଁ ଜୋହାନ୍ସବର୍ଗରେ ପହଞ୍ଚିଲେ ପିଏମ ମୋଦୀ, ବିମାନ ବନ୍ଦରରେ ଜୋରଦାର ସ୍ବାଗତ

୨୦୦୧ ମସିହାରେ ଥକ୍‌ସିନ୍ ପ୍ରଥମେ ଲୋକଙ୍କ ନଜରକୁ ଆସିଥିଲେ ଓ ଗ୍ରାମୀଣ ଥାଇମାନଙ୍କୁ ନିଜ ପ୍ରତି ଆକର୍ଷିତ କରିଥିଲେ। ଗ୍ରାମୀଣ ଥାଇମାନଙ୍କୁ ଦେଶର କ୍ଷମତାସୀନ ପାର୍ଟି ମାନେ ଧ୍ୟାନ ଦେଉ ନଥିଲେ। ଥାକ୍‌ସିନ୍‌ ପ୍ରଥମେ ୨୦୦୬ ମସିହାରେ ଗ୍ରାମୀଣ ଥାଇଙ୍କ ସମର୍ଥନରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ତେବେ ସେପ୍ଟେମ୍ବର ୨୦୦୬ରେ ଥାକସିନ୍‌ ଯେତେବେଳେ ନ୍ୟୁୟର୍କରେ ଜାତିସଂଘକୁ ସମ୍ବୋଧିତ କରିବା ଲାଗି ପ୍ରସ୍ତୁତି କରୁଥିଲେ ସେତେବେଳେ ଦେଶର ସେନା ସରକାରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥିଲା।

{"id":834345,"sizeSlug":"full","linkDestination":"none"}

ପରେ ଥକସିନ୍‌ଙ୍କ ବିରୋଧରେ କ୍ଷମତାର ଦୂରୁପୋଯୋଗ ଅଭିଯୋଗ ଅଣାଯାଇଥିଲା। ଏହି ଅଭିଯୋଗରେ ଥାଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରୁ ସେ ନିଜକୁ ରାଜନୀତିରୁ ଦୂରେଇ ନେଇଥିଲେ। ଏହା ପରଠାରୁ ସେ ରିତିମତ ଦୁବାଇରେ ରହି ଆସୁଥିଲେ। ପ୍ରାୟ ୧୫ ବର୍ଷ ପରେ ସେ ଯେତେବେଳେ ପୁଣି ଥାଇଲ୍ୟାଣ୍ଡ ଫେରିଛନ୍ତି। ତାଙ୍କୁ ଏବେ କ୍ଷମତା ଦୂରୁପଯୋଗ ଅଭିଯୋଗରେ ଗିରଫ କରାଯିବ ଓ ତାଙ୍କୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରାଯିବ ବୋଲି ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି।

ଆମେରିକାର ମିଲିଟାରୀ ବୋଟ୍‌କୁ ମାରି ନଷ୍ଟ କଲା ରୁଷ, ଯାତ୍ରା କରୁଥିଲେ ୟୁକ୍ରେନ ଯବାନ

୧୫ ବର୍ଷ ପରେ ଥକସିନ୍‌ ପୁଣି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବାରୁ ତାଙ୍କ ସମର୍ଥକମାନେ ଭବ୍ୟ ସ୍ୱାଗତ କରିଛନ୍ତି। ଥକସିନ୍‌ଙ୍କ ବିମାନ ଲ୍ୟାଣ୍ଡିଂ ପରେ ତାଙ୍କ ସମର୍ଥକମାନେ ‘ମୋ ଲେମ’ ସଙ୍ଗୀତ ତାଳରେ ନୃତ୍ୟ କରୁଥିବାର ଦେଖାଯାଇଛି। ଅନେକ ଲୋକେ ରାସ୍ତାକଡରେ ପୋଷ୍ଟର ଧରି ଛିଡା ହୋଇଥିଲେ। ଯେଉଁଥିରେ ୱେଲକମ୍‌ ହୋମ ଥକସିନ୍‌ ଲେଖାଥିଲା। ଲୋକେ ତାଙ୍କୁ ଦେଖି କାନ୍ଦିବା ସହିତ ୱେଲକମ୍‌ ବ୍ୟାକ୍ ପ୍ରାଇମିନିଷ୍ଟର ସ୍ଲୋଗାନ ମଧ୍ୟ ଦେଉଥିଲେ।

{"id":834346,"width":841,"height":473,"sizeSlug":"full","linkDestination":"none"}

ଗତ ମେ ମାସରେ ହୋଇଥିବା ଥାଇଲ୍ୟାଣ୍ଡ ସାଧାରଣ ନିର୍ବାଚନରେ ଥକସିନ୍‌ଙ୍କ ପାର୍ଟି ଫୁ ଥାଇ ଦ୍ୱିତୀୟ ସ୍ଥାନରେ ଥିଲା। ପ୍ରୋଗ୍ରେସିଭ୍ ମୁଭ ଫରୱାର୍ଡ ପାର୍ଟିର ବିଜୟ ସତ୍ତ୍ୱେ ସେ ସରକାର ଗଢି ପାରିନଥିଲା। ଏଥିରେ ମଙ୍ଗଳବାର ହୋଇଥିବା ଭୋଟିଂରେ ଶ୍ରେଥା ଥଭିସିନ୍‌ ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଶ୍ରେଥାଙ୍କୁ ନିମ୍ନ ସଦନରେ ୩୧୪ ବିଧାୟକଙ୍କ ସମର୍ଥନ ରହିଛି। ତେବେ ତାଙ୍କୁ ସରକାର ଗଢିବା ପାଇଁ ଆଉ ୫୮ଟି ଭୋଟର ଆବଶ୍ୟକତା ରହିଛି। ଏଥି ଲାଗି ଉଭୟ ସଦନର ସମର୍ଥନ ଆବଶ୍ୟକ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.