ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 29, 2024 IST

Breaking_1

ନୂଆପଡା ୨୯।୦୬ : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଚାରି ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଗାଁରେ ଘଟିଛି ଏହି ଅଘଟଣ । 

ଖବର ଅନୁଯାୟୀ, ଶନିବାର ସକାଳୁ ସକାଳୁ ସୁନାବେଡ଼ା ଅଭୟାରଣ୍ୟ ଭିତରୁ କିଛି ଛତୁ ସଂଗ୍ରହ କରିଥିଲେ । ପରେ ସେହି ଛତୁକୁ ରୋଷେଇ କରି ଖାଇଥିଲେ । ହେଲେ ଖାଇବା ପରେ ଗୋଟିଏ ପରିବାରର ୪ ଜଣ ହଠାତ୍‌ ବାନ୍ତି କରିଥିଲେ । ଏପିରିକି ସ୍ୱାମୀ-ସ୍ତ୍ରୀ ଏବଂ ପୁଅ-ଝିଅ ଚେତାଶୂନ୍ୟ  ହୋଇଥିଲେ। ଏହାପରେ ସେମାନଙ୍କୁ ସୁନାବେଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବର୍ତ୍ତମାନ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।  

ତେବେ ଛତୁ ଖାଇ ଗୁରୁତର ଥିବା ୪ ଜଣ ହେଲେ ସୁନାବେଡ଼ା ଗାଁର ଅମ୍ରିତ ଦଣ୍ଡସେନା, ଲକ୍ଷ୍ନୀ ଦଣ୍ଡସେନା, ସୀମା ଦଣ୍ଡସେନା, ଭୂପିନ ଦଣ୍ଡସେନା ବୋଲି ଜଣାପଡିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.