ଭାରତରେ ୪୧୦୦ କୋଟି ନିବେଶ କରିପାରେ ଫକ୍ସକନ୍‌, ଏହି ରାଜ୍ୟରେ ତିଆରି ହେବ ଦୁଇ ଫ୍ୟାକ୍ଟ୍ରି

Published By : Prameya-News7 Bureau | August 01, 2023 IST

ନୂଆଦିଲ୍ଲୀ, ୦୧/୦୮: ତାଇଓ୍ବାନ କମ୍ପାନି ଫକ୍ସକନ୍ ଭାରତରେ ବଡ଼ ନିବେଶ ଯୋଜନା କରୁଛି । ରିପୋର୍ଟ ଅନୁଯାୟୀ, ଆପଲ ଆଇଫୋନ୍ ନିର୍ମାତା ଫକ୍ସକନ୍ ଭାରତରେ ଏହାର ଦୁଇଟି ଫ୍ୟାକ୍ଟ୍ରି ପାଇଁ ୪୧୦୦ କୋଟି ଟଙ୍କାର ନିବେଶ କରିପାରେ। ଏହି ଦୁଇ ଫ୍ୟାକ୍ଟ୍ରି କର୍ଣ୍ଣାଟକରେ ନିର୍ମାଣ ହେବ । ଏହି ଦୁଇ ଫ୍ୟାକ୍ଟ୍ରିର ମଧ୍ୟରୁ ଗୋଟିଏ ଆଇଫୋନ ନିର୍ମାଣ ପାଇଁ ବ୍ୟବହାର କରାଯିବ । ଏହା ପୂର୍ବରୁ ଫକ୍ସକନ୍‌ର ଏକ ସହାୟକ କମ୍ପାନି ମାର୍ଚ୍ଚ ୨୦୨୩ରେ କର୍ଣ୍ଣାଟକରେ ୮୦୦୦ କୋଟିର ନିବେଶ ଘୋଷଣା କରିଥିଲା । ବ୍ଲମବର୍ଗର ଖବର ଅନୁଯାୟୀ, କମ୍ପାନି ବର୍ତ୍ତମାନ କର୍ଣ୍ଣାଟକରେ ନିବେଶ ପାଇଁ ମୌଳିକ ଆବଶ୍ୟକତା ଉପରେ ଧ୍ୟାନ ଦେଉଛି। ଏହା ପରେ ଆଧିକାରିକ ଘୋଷଣା କରାଯିବ ।

କର୍ଣ୍ଣାଟକ ମନ୍ତ୍ରୀ ଏମବି ପାର୍ଟିଲ୍ ଏବଂ ପ୍ରିୟାଙ୍କ ଖଡ଼ଗେ ରାଜ୍ୟରେ ନିବେଶକୁ ଫକ୍ସକନ୍‌ ଚେୟାରମ୍ୟାନ ୟଙ୍ଗ୍ ଲୀୟୁଙ୍କ ସହ ସାକ୍ଷାତ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏହି ସାକ୍ଷାତକାର ସକାରାତ୍ମକ ରହିଛି ଏବଂ ଆଗାମୀ ସମୟରେ କମ୍ପାନି ଏହାକୁ ନେଇ କିଛି ଜରୁରୀ ଘୋଷଣା କରିପାରେ । ଏମଭି ପାର୍ଟିଲ କହିଛନ୍ତି ରାଜ୍ୟ ସରକାରଙ୍କ ଉଦ୍ୟୋଗ ନୀତି କାରଣରୁ ରାଜ୍ୟରେ ନିବେଶ ପାଇଁ ଏକ ଅନୁକୂଳ ମାହୋଲ ସୃଷ୍ଟି ହୋଇଛି । ଏମିତିରେ ଆଗାମୀ ସମୟରେ ରାଜ୍ୟରେ ଆହୁରି ନିବେଶ ଦେଖିବାକୁ ମିଳିବ । ଫକ୍ସକନ୍ ଚେୟାରମ୍ୟାନଙ୍କ ସହ ସାକ୍ଷାତକାର ପରେ ମନ୍ତ୍ରୀ କହିଛନ୍ତି ଯେ, କମ୍ପାନି ରାଜ୍ୟରେ ଆଉ ଏକ ପ୍ଲାଣ୍ଟ ଲଗାଇବା ଉପରେ ବିଚାର କରୁଛି ।

ଆହୁରି ପଢ଼ନ୍ତୁ: ବେଦାନ୍ତ ସହ ଡିଲ୍‌ ବାତିଲକୁ ନେଇ ପ୍ରତିକ୍ରିୟା ରଖିଲା ଫକ୍ସକନ, କହିଲା- ଭାରତରେ ହିଁ କରିବୁ ସେମିକଣ୍ଡକ୍ଟର ନିର୍ମାଣ

ସୂଚନାଥାଉକି କରୋନା ପରେ ଚୀନ୍ ଏବଂ ଆମେରିକା ଏବଂ ୟୁରୋପୀୟ ଦେଶରେ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଏମିତିରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନରେ ଚୀନ୍‌ ଉପରେ ନିର୍ଭରତା କମ୍ କରିବା ପାଇଁ ଅନେକ କମ୍ପାନି ଭାରତ ଆଡ଼କୁ ମୁହାଁଉଛନ୍ତି । ଏମିତିରେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକୁ ଗତି ମିଳିଛି । ଏହା ସହ କେନ୍ଦ୍ର ଏବଂ ରାଜ୍ୟ ସରକାର କମ୍ପାନିଙ୍କୁ ପ୍ରୋତ୍ସାହନ ଦେଇ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛନ୍ତି । ଏହାଦ୍ବାରା ଆଗାମୀ ସମୟରେ ଭାରତରେ କମ୍ପାନିଙ୍କୁ ନୂଆ ରୋଜଗାର ଅବସର ଉତ୍ପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.