ସେକେଣ୍ଡ ମ୍ୟାରେଜ ନାଁରେ ମାଟ୍ରିମୋନିଆଲ ଆକାଉଣ୍ଟ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଅଶ୍ଳୀଳ ସ୍କ୍ରିନସର୍ଟ ରଖି ବ୍ଲାକମେଲିଂ

Published By : Prameya-News7 Bureau | September 13, 2024 IST

ଭୁବନେଶ୍ବର ୧୩।୯: କ୍ରାଇମବ୍ରାଞ୍ଚ କବ୍‌ଜାରେ ରସିକିଆ ପ୍ରେମିକ । ବିବାହ ନାଁରେ ଏକାଧିକ ମହିଳାଙ୍କୁ କରିଥିଲା ଠକେଇ । ଅଭିଯୁକ୍ତ ହେଲା ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥ । ମହିଳା ମାନଙ୍କୁ ଫସେଇବା ପାଇଁ ସୋସିଆଲ ମିଡ଼ିଆରେ ଖୋଲିଥିଲା ଫେକ ଆକାଉଣ୍ଟ । ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ କରୁଥିଲା ଠକେଇ । ମାଟ୍ରିମୋନିଆଲ ସାଇଟ୍ରେ ସେକେଣ୍ଡ ମ୍ୟାରେଜ ନାଁରେ ଖୋଲିଥିଲା ଆକାଉଣ୍ଟ । କେତେବେଳେ ନିଜକୁ ରେଲୱେ କର୍ମଚାରୀ, ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, କଷ୍ଟମ୍ସ ଅଫିସର ଓ ସେଣ୍ଟ୍ରାଲ ଏକ୍ସାଇଜ ଅଧିକାରୀ କହୁଥିଲା । 

ମଧ୍ୟ ବୟସ୍କା ମହିଳା ମାନଙ୍କୁ ଟାର୍ଗେଟ କରୁଥିଲା ବିରଞ୍ଚି । ଯେଉଁଥିରେ ଥିଲେ ଅବିବାହିତ, ଛାଡ଼ପତ୍ର ପ୍ରାପ୍ତ, ବିଧବା ମହିଳା । ସେମାନଙ୍କୁ ମାଟ୍ରିମୋନିଆଲ ସାଇଟ୍‌ରେ ବିବାହ କରିବାକୁ ପ୍ରସ୍ତାବ ଦେଉଥିଲା । ଏପରିକି ଯେଇଁ ମହିଳା ମାନଙ୍କର ପିଲା ଛୁଆ ଥିଲେ ସେମାନଙ୍କୁ ନିଜର କରିବାକୁ କହି ନିକଟତର ହେଉଥିଲା । ସେମାନଙ୍କୁ ବିବାହ ପ୍ରସ୍ତାବ ଦେଇ ଚାକିରି ଦେବା ପାଇଁ ପ୍ରତିଶୃତି ଦେଉଥିଲା । ଅନେକ ମହିଳାଙ୍କୁ ମନ୍ଦିରରେ ବିବାହ କରିଥିଲା । ବିବାହ ପରେ ଗୁପ୍ତ କ୍ୟାମେରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ । ଆଉ କିଛି ମହିଳାଙ୍କୁ  ଭିଡିଓ କଲ୍‌ରେ ଅଶ୍ଳୀଳ କଥା ହୋଇ ସ୍କ୍ରିନ ସଟ ରଖି ବ୍ଲାକମେଲ କରୁଥିଲା । ସେମାନଙ୍କୁ ଟଙ୍କା, ସୁନା ଗହଣା ମାଗୁଥିଲା । ନଦେଲେ ସୋସିଆଲ ମଡ଼ିଆରେ ଭିଡ଼ିଓ ଭାଇରାଲ କରିଦେବା ପାଇଁ ଧମକ ଦେଉଥିଲା ।

୨୦୨୨ରେ ଏନେଇ କଟକର ଜଣେ ମହିଳା କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଜଣକ ପ୍ରଭାକର ଶ୍ରୀବାସ୍ତବ, ନିଜକୁ TTI କହି ବିବାହ ନାଁରେ ଠକିଥିଲା । ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଓ ୩୨ ଗ୍ରାମ ସୁନା ଠକି ନେଇଥିଲା । କେବଳ ଓଡିଶା ନୁହେଁ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ତା ନାଁରେ ମାମଲା ଥିବା ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତ ଠାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ, ଭିଡ଼ିଓ, ଫେକ୍ ଆଇଡିକାର୍ଡ ଜବତ କରିଛି କ୍ରାଇମବ୍ରାଞ୍ଚ ।

You Can Read:

ରେଭେନ୍ସା ନାମ ପରିବର୍ତ୍ତନକୁ ନେଇ ସାଂସଦ ଭର୍ତ୍ତୃହରିଙ୍କ ବଡ ବୟାନ, କହିଲେ- ଏବେର ନୁହେଁ ୧୯୭୭ ମସିହାରୁ କରିଆସୁଛି ଦାବି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.