ପାକିସ୍ତାନ ଉସକାଇଛି ଆଉ ଦଣ୍ଡିତ କରିଛି ଭାରତ, ଉରୀରୁ ପହଲଗାମ ପର୍ଯ୍ୟନ୍ତ ଜାଣନ୍ତୁ ଆତଙ୍କ ବିରୋଧରେ ଭାରତର ଯୁଦ୍ଧ

Published By : Prameya-News7 Bureau | April 24, 2025 IST

ନୂଆଦିଲ୍ଲୀ ୨୪।୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ଏପ୍ରିଲ ପହଲଗାମ ନରସଂହାରର ପ୍ରତିଶୋଧ ନେବାକୁ ସଂକଳ୍ପ କରିଛନ୍ତି। କାଶ୍ମୀର ଗୁଳିକାଣ୍ଡ ପରେ ପ୍ରଥମ ଥର ମୋଦି କହିଛନ୍ତି ଭାରତ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ବିଶ୍ୱର କୋଣ କୋଣରୁ ତଡିବ। ଅତୀତରେ ମଧ୍ୟ ଭାରତ ପାକିସ୍ତାନକୁ ଦଣ୍ଡିତ କରିବା ପାଇଁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କରିଥିଲା। ୧୯୬୫ର ଯୁଦ୍ଧ କ୍ଷେତ୍ରରୁ ଆରମ୍ଭ କରି ୨୦୧୯ ବାଲାକୋଟ ଆକ୍ରମଣ ପର୍ଯ୍ୟନ୍ତ ଭାରତ ଲଗାତାର ପାକିସ୍ତାନକୁ ଇଟାର ଜବାବ ପଥରରେ ଦେଇଛି। 

୧୯୬୫ ଯୁଦ୍ଧ କ୍ଷେତ୍ରର ୨୦୧୯ ବିମାନ ଆକ୍ରମଣ ପର୍ଯ୍ୟନ୍ତ
ଭାରତ ଲଗାତାର ନିର୍ଣ୍ଣାୟକ ସୈନ୍ୟ ଓ ରଣନୈତିକ ପ୍ରହାରରେ ପାକିସ୍ତାନର ମୁହଁତୋଡ ଜବାବ ଦେଇଛି। ପାକିସ୍ତାନ ପକ୍ଷରୁ ସବୁ ପ୍ରକାରର ଉସକାଇବା ଚାହେ ପ୍ରତ୍ୟକ୍ଷ ଯୁଦ୍ଧ ହେଉ ଅଥବା ଗୁପ୍ତ ଆତଙ୍କର ଜବାବ ଭାରତ ସର୍ବଦା ଏକ ସୁନିୟୋଜିତ ଉଗ୍ର ପ୍ରତିକ୍ରିୟା ସହିତ ଦେଇଛି, ଯାହା ଭାରତର ନିଜର ସାର୍ବଭୌମତ୍ୱକୁ ରକ୍ଷା କରିବା ନିମନ୍ତେ ସଂକଳ୍ପକୁ ରେଖାଙ୍କିତ କରିଆସୁଛି। 

୧୯୯୯ କାର୍ଗିଲ ଯୁଦ୍ଧ
ଯେତେବେଳେ ଶାନ୍ତି ଆଲୋଚନା ଚାଲିଥିଲା ସେତେବେଳେ ପାକିସ୍ତାନୀ ସୈନିକ ଓ ଆତଙ୍କବାଦୀ କାର୍ଗିଲରେ ଭାରତର ରଣନୈତିକ ଠିକଣାକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଥିଲେ। ଏଥିରେ ଭାରତ ଅପରେସନ ବିଜୟ ହାତକୁ ନେଇଥିଲା। ନିଜ ମାଟିର ପ୍ରତି ଇଞ୍ଚକୁ ହାତକୁ ନେବା ପାଇଁ ଏକ ନିଷ୍ଠୁର ଯୁଦ୍ଧ ହୋଇଥିଲା। ଏଥି ପାଇଁ ୫୦୦ରୁ ଅଧିକ ଭାରତୀୟ ଜବାନଙ୍କ ବଳିଦାନ ହୋଇଥିଲା। ତେବେ ଏହି ଯୁଦ୍ଧରେ ପାକିସ୍ତାନ ତାର ୪ ହଜାର ସୈନିକଙ୍କୁ ହରାଇଥିଲା। ବରଫାବୃତ୍ତ ପର୍ବତ ଶୃଙ୍ଗରୁ ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ସଫଳତାର ସହ ଘଉଡେଇ ଦେଇଥିଲା। 

୨୦୦୧ ସଂସଦ ଆକ୍ରମଣ ଓ ଅପରେସନ ପରାକ୍ରମ
୧୩ ଡିସେମ୍ବର ୨୦୦୧ରେ ପାକିସ୍ତାନ ସମର୍ଥିତ ଲସ୍କର-ଏ-ତୌୟବା ଓ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କ ଦ୍ୱାରା ଭାରତୀୟ ସଂସଦ ଉପରେ ଆକ୍ରମଣ କରାଯିବା ପରେ ଭରତ ଅପରେଶନ ପରାକ୍ରମ ହାତକୁ ନେଇଥିଲା। ଏଥି ପାଇଁ ସୀମାରେ ୫ଲକ୍ଷ ସୈନିକଙ୍କୁ ମୁତୟନ କରିଥିଲା। ୧୯୭୧ ମସିହା ପରେ ଏହା ସୀମାରେ ସବୁଠୁ ବଡ଼ ସୈନ୍ୟ ଏକତ୍ରିକରଣ ଥିଲା। ତେବେ ଅନ୍ତର୍ଜାତୀୟ ଚାପ କାରଣରୁ ଏକ ସମ୍ପୂର୍ଣ୍ଣ ଯୁଦ୍ଧ ଟଳି ଯାଇଥିଲା। ତେବେ ଏଥିରୁ ପାକିସ୍ତାନର ଦୁର୍ବଳତା ଜଣା ପଡି ଯାଇଥିଲା ଓ ଜୈସ-ଏ-ମହମ୍ମଦ ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଥିଲା। 

୨୦୦୧ ସର୍ଜିକାଲ ଷ୍ଟ୍ରାଇକ୍ ୧.୦
ଉରୀରେ ପାକିସ୍ତାନ ଆତଙ୍କବାଦୀଙ୍କ ଦ୍ୱାରା ୧୯ ସୈନିକଙ୍କୁ ହତ୍ୟା କରାଯିବା ପରେ ଭାରତ ୨୯ ସେପ୍ଟେମ୍ବର ୨୦୧୬ରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ଏଥିରେ ପାକିସ୍ତାନରେ ଥିବା ଅନେକ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ନଷ୍ଟ କରି ଦିଆଯାଇଥିଲା। ଭାରତୀୟ କମାଣ୍ଡୋ ପାକିସ୍ତାନ ସୀମାରୁ ୩ କିଲୋମିଟର ଭିତରକୁ ପଶି ଏହି ଅପରେସନ କରିଥିଲେ। ଏଇଭଳି ଅପରେସନ ଭାରତର ପ୍ରଥମ ସାର୍ବଜନିକ ସ୍ୱୀକାରୋକ୍ତି ଥିଲା। ତେବେ ପାକିସ୍ତାନ ଏପରି କୌଣସି ଆକ୍ରମଣକୁ ଅସ୍ୱୀକାର କରିଥିଲା। ହେଲେ ଏଥି ପାଇଁ ତାକୁ ଆତଙ୍କବାଦୀଙ୍କୁ ବୁଝାଇବାକୁ ପଡିଥିଲା। 

୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ୨.୦
ପୁଲବାମା ଆତ୍ମଘାତୀ ବୋମା ବିସ୍ଫୋରଣ ମାମଲାରେ ପାକିସ୍ତାନର ଖୈବରପୁକ୍ତନଖ୍ୱାର ବାଲାକୋଟରେ ଭାରତ ଏୟାର ଷ୍ଟ୍ରାଇକ୍ ଦ୍ୱାରା ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା। ଏଥିରେ ୧୨ଟି ମିରାଜ ୨୦୦୦ ଫାଇଟର ଜେଟ୍ ଦ୍ୱାରା ଜୈସ-ଏ-ମହମ୍ମଦର ସବୁଠୁ ବଡ଼ ପ୍ରଶିକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହା ପରେ ପରେ ପାକିସ୍ତାନରକ ଜବାବୀ ବିମାନ ଆକ୍ରମଣକୁ ବିଫଳ କରିଥିବା ବେଳେ ଏକ ଏଫ-୧୬ ବିମାନକୁ ଖସାଇ ଦେଇଥିଲା। ଏହି ବିମାନ ଆକ୍ରମଣ କାଳରେ ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ଧରିନେଇଥିଲା। ତେବେ ଭିଷଣ ଚାପରେ ପାକିସ୍ତାନ ପାଇଲଟଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲା ଏଥି ପାଇଁ ପାକ୍ ଅପମାନିତ ମଧ୍ୟ ହୋଇଥିଲା। 

ଏଥିରେ ପ୍ରତ୍ୟେକ ପ୍ରତିକ୍ରିୟାରେ ପାରମ୍ପରିକ ଯୁଦ୍ଧରୁ ନେଇ ଟାର୍ଗେଟ ଆଟାକ୍ ପର୍ଯ୍ୟନ୍ତ ଭାରତ ସଫଳ ହୋଇଛି। ଏଥିରୁ ଭାରତ ପ୍ରତ୍ୟେକ ଥର କୁଟନୈତିକ ସହ ସୈନ୍ୟ ପ୍ରତିରୋଧର ଲାଭ ମଧ୍ୟ ନେଇଛି। ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନ ତାହା ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧ ହେଉ କି ବାଲାକୋଟ ଏୟାର ରେଡ ଏହା ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଆତଙ୍କବାଦକୁ ବହୁମୂଲ୍ୟ ଦେବାକୁ ପଡିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.