ପହଲଗାମ ଘଟଣାକୁ କୌଣସି ପରିସ୍ଥିତିରେ ନ୍ୟାୟୋଚିତ କୁହାଯାଇ ପାରିବନି, ବିଶ୍ୱ ନିନ୍ଦା କରିବା ଦରାକର: ଭାରତ

Published By : Prameya-News7 Bureau | April 24, 2025 IST

ନ୍ୟୁୟର୍କ ୨୪।୪:  ଜାତିସଂଘ (ୟୁଏନ)ରେ ଭାରତର ରାଜଦୂତ ପହଲଗାମରେ ହୋଇଥିବା ଆତଙ୍କବାଦୀ କାଣ୍ଡରେ ଲୋକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକଟ କରିଛନ୍ତି।  କହିଛନ୍ତି ଯେ ଜାତିସଂଘ, ବିଶ୍ୱର ନାଗରିକ ଓ ପର୍ଯ୍ୟଟକଙ୍କ ବିରୋଧରେ କରାଯାଇଥିବା ଏହି କୃତ୍ୟର ସାର୍ବଜନିକ ନିନ୍ଦା କରାଯିବା ଦରକାର, କାରଣ ଏହାକୁ କୌଣସି ପରିସ୍ଥିତିରେ ନ୍ୟାୟୋଚିତ ବୋଲି କୁହାଯାଇ ପାରିବନି। ଦକ୍ଷିଣ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖ ଦିନ ଆତଙ୍କବାଦୀଙ୍କ ଗୁଳିକାଣ୍ଡରେ ୨୬ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। 

ପାକିସ୍ତାନରୁ ସଞ୍ଚାଳିତ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବାର ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଏଥି ପାଇଁ ନିଜକୁ ଦାୟି କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ତଥା ରାଜଦୂତ ପି.ହରିଶ ଗୁରୁବାର କହିଛନ୍ତି ଯେ ‘ଭାରତ ଜମ୍ମୁ-କାଶ୍ମୀର ପହଲଗାମରେ ୨୨ ଏପ୍ରିଲ ମଙ୍ଗଳବାର ହୋଇଥିବା ନିଷ୍ଠୁର ଆତଙ୍କବାଦୀ ଆକ୍ରମଣରେ ହୋଇଥିବା ଧନଜୀବନ ହାନୀରେ ଶୋକ ପ୍ରକଟ କରୁଛି’। ହରିଶ କହିଛନ୍ତି ଯେ ମୁଁ ଭାରତର ବନ୍ଧୁ ଓ ସହଯୋଗୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଯେଉଁମାନେ ଘଟଣାରେ ସମ୍ବେଦନା ଜ୍ଞାପନ କରିଛନ୍ତି। 

ସେ କହିଛନ୍ତି ଯେ ଏହି କଠିନ ସମୟରେ ଯେଉଁମାନେ ଆମକୁ ସମର୍ଥନ କରିଛନ୍ତି ଓ ଆତଙ୍କବାଦର ସବୁ ରୂପକୁ ନିନ୍ଦା କରିଛନ୍ତି ସେମାନଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଜାତିସଂଘ, ବିଶ୍ୱର ନାଗରିକ ଓ ପର୍ଯ୍ୟଟକଙ୍କ ପ୍ରତି ହୋଇଥିବା ଏହି ଆତଙ୍କବାଦୀ କାଣ୍ଡର ସାରା ବିଶ୍ୱରେ ନିନ୍ଦା କରାଯିବା ଦରକାର, ଯାହାକୁ କୌଣସି ପରିସ୍ଥିତିରେ ମଧ୍ୟ ନ୍ୟାୟୋଚିତ କୁହାଯାଇ ନପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.