ପୂର୍ବ କାଳରୁ ଝିଅମାନେ ୧୭ ବର୍ଷରୁ ମାଆ ହେଉଥିଲେ, ମନୁଶ୍ରୁତି ନପଢ଼ି ଥିଲେ ପଢ଼: ଗର୍ଭପାତ ସମ୍ପର୍କିତ ମାମଲାରେ ଏପରି କହିଲେ କୋର୍ଟ

Published By : Prameya-News7 Bureau | June 08, 2023 IST

ଗାନ୍ଧୀନଗର: ପୂର୍ବ କାଳରେ ଝିଅମାନେ ୧୪-୧୫ ବର୍ଷରେ ବିବାହ କରୁଥିଲେ। ୧୭ ବର୍ଷରେ ମାଆ ହେଉଥିଲେ। ଗୁରୁବାର ଗର୍ଭପାତ ଜନିତ ଏକ ମାମଲାରେ ଶୁଣାଣି କରି ଏପରି କହିଛନ୍ତି ଗୁଜରାଟ ହାଇକୋର୍ଟ। ଜଣେ ୧୭ ବର୍ଷୀୟା ନାବାଳିକା ତାଙ୍କର ୭ ମାସର ଗର୍ଭପାତ କରାଇବାକୁ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି ବେଳେ କୋର୍ଟ ଏପରି କହିଛନ୍ତି।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ହେଲେ ଦୁଷ୍କର୍ମ ପୀଡ଼ିତା। ଝିଅ ୭ ମାସର ଗର୍ଭବତୀ ହେବା ପରେ ତାଙ୍କ ବାପା ଏ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ତାଙ୍କ ବାପା ଗର୍ଭପାତ କରାଇବା ନେଇ କୋର୍ଟରେ ଆବେଦନ କରିଥିଲେ। ଝିଅ ନାବାଳିକା ହୋଇଥିବା ଦର୍ଶାଇ କୋର୍ଟରେ ଏହି ଆବେଦନ କରିଥିଲେ ବାପା।

Reopening The Assessment Based On Change Of Opinion, Not Valid: Gujarat  High Court

ପଢ଼ନ୍ତୁ- ୧୮ ବର୍ଷ ଆୟୁ ପୂର୍ବରୁ ମହିଳାଙ୍କ ସନ୍ତାନ ପ୍ରସବ ଅବୈଧ ନୁହେଁ: ଗୁଜରାଟ ହାଇକୋର୍ଟ

ନାବାଳିକା ପକ୍ଷରୁ କୋର୍ଟରେ ମାମଲା ଲଢ଼ୁଥିବା ଓକିଲ ଗର୍ଭପାତ କରାଇବା ସପକ୍ଷରେ ତର୍କ ରଖିବା ପରେ କୋର୍ଟ କହିଥିଲେ “ପୁରାତନ ସମୟରେ ୧୪-୧୫ ବର୍ଷ ବୟସରେ ବିବାହ କରି ୧୭ ବର୍ଷ ପୂର୍ବରୁ ମାଆ ହେବା ଏକ ସାଧାରଣ କଥା ଥିଲା। ଆପଣ ଏହା ପଢ଼ି ନାହଁ। ଏଥିପାଇଁ ଥରେ ଆପଣ ମନୁଶ୍ରୁତି ପଢ଼ନ୍ତୁ।”

ନାବାଳିକା ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଓକିଲ ସିକନ୍ଦର ସୟଦ କୋର୍ଟରେ ମାମଲା ଶୀଘ୍ର ଶୁଣାଣି ପାଇଁ ଦାବି କରିଛନ୍ତି। କାରଣ ଡାକ୍ତର ଅଗଷ୍ଟ ୮ ତାରିଖକୁ ଡେଲିଭରି ଡେଟ୍ ଦେଇଛନ୍ତି। ତେବେ କୋର୍ଟ କିନ୍ତୁ ସ୍ପଷ୍ଟ କହି ଦେଇଛନ୍ତି ଯଦି ମାଆ ଓ ପିଲା ସୁସ୍ଥ ଥିବେ ତେବେ କୌଣସି ମତେ ଗର୍ଭପାତ କରିବାକୁ ଅନୁମତି ଦେଇପାରିବେନି।  

{"width":840,"height":543}
These Laws Pertaining To Teenage Pregnancy In India Are Only Complicating  The Situation

ଏହି ଖବରଟିକୁ ବି ପଢ଼ନ୍ତୁ -ଯୁବତୀଙ୍କ ହାତ ଧରି ପ୍ରେମ ନିବେଦନ କରିବା ଅସଦାଚରଣ ନୁହେଁ: ବମ୍ବେ ହାଇକୋର୍ଟ

ମାମଲାର ଶୁଣାଣି କରି କୋର୍ଟ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏକ ଡାକ୍ତରଙ୍କ ପ୍ୟାନେଲ୍‌ ଦ୍ୱାରା ନାବାଳିକାଙ୍କର ପରୀକ୍ଷା କରାଇବାକୁ ରାଜକୋଟ ସିଭିଲ୍ ହସ୍‌ପିଟାଲ୍‌କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତର ଟିମ୍ ରିପୋର୍ଟ ପ୍ରଦାନ କରିବା ପରେ କୋର୍ଟ ରାୟ ଶୁଣାଣିବେ ବୋଲି କହିଛନ୍ତି ଜୁନ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.