ରାମ ମନ୍ଦିରରେ ପ୍ରତିବର୍ଷ ହେବ ପାଞ୍ଚ କୋଟି ଭକ୍ତଙ୍କ ସମାଗମ, ଆମେରିକୀୟ ସଂସ୍ଥାର ଅନୁମାନ

Published By : Prameya-News7 Bureau | January 22, 2024 IST

ନୂଆଦିଲ୍ଲୀ: ରାମଲାଲାଙ୍କ ଆଗମନରେ ଉତ୍ସବ ମୁଖର ହୋଇଉଠିଛି ସାରା ଦେଶ। ଚାରିଆ​‌ଡ଼େ ଗୁଞ୍ଜରିତ ହେଉଛି ‘ଜୟ ଶ୍ରୀରାମ’ ଧ୍ବନି। ଅଯୋଧ୍ୟାରେ ତ’ ରହିଛି ସଂପୂର୍ଣ୍ଣ ଭକ୍ତିମୟ ପରିବେଶ। ତେବେ ଏସବୁ ବାଦ୍‌ ବର୍ତ୍ତମାନ ଅଯୋଧ୍ୟା ପାଲଟିଛି ବିଶ୍ବ ପର୍ଯ୍ୟଟନ ସ୍ଥଳୀ। ଏମିତିରେ ଆମେରିକୀୟ ସଂସ୍ଥା ଜେଫରିଜ୍‌ ଏକ ରିପୋର୍ଟ ପ୍ରକାଶିତ କରିଛି। ଯେଉଁଥି​‌ରେ କୁହାଯାଇଛି ଯେ, ରାମ ମନ୍ଦିରକୁ ବାର୍ଷିକ ପାଞ୍ଚ କୋଟିରୁ ଅଧିକ ପର୍ଯ୍ୟଟକ ଆସିବେ। ଖାଲି ସେତିକି ନୁହେଁ ଏହା ଭାରତ ପର୍ଯ୍ୟଟନ କ୍ଷମତାକୁ ଆଉ ଏକ ନୂଆ ସ୍ତରକୁ ନେବାରେ ମାର୍ଗ ପ୍ରଶସ୍ତ କରିବ।

ଜେଫରିଜ୍‌ ଭାରତର ପର୍ଯ୍ୟଟନ କ୍ଷମତା ଉପରେ ଏକ ସ୍ବତନ୍ତ୍ର ବିବୃତ୍ତି ଜାରି କରିଛି। ଯେଉଁଥିରେ କୁହାଯାଇଛି, ପିଏମ ମୋଦୀଙ୍କ ଦ୍ବାରା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ଉଦ୍‌ଘାଟନ ଏକ ବଡ଼ ଧାର୍ମିକ କାର୍ଯ୍ୟକ୍ରମ। ଏହାର ଏକ ବଡ଼ ଆର୍ଥିକ ପ୍ରଭାବ ରହିଛି। କାରଣ ଭାରତକୁ ଏକ ନୂଆ ପର୍ଯ୍ୟଟନ ସ୍ଥଳ ମିଳିଛି । ଯାହା ପ୍ରତି ବର୍ଷ ପାଞ୍ଚ କୋଟିରୁ ଅଧିକ ପର୍ଯ୍ୟଟକକୁ ଆକର୍ଷିତ କରିପାରିବ।

ଆହୁରି ପଢ଼ନ୍ତୁ: ଭକ୍ତି ଭାବରେ ବିଭୋର ପିଏମ୍ ମୋଦୀ… ‘ରାମକାର୍ଯ୍ୟ’ରେ ଲିପ୍ତ ଶ୍ରମବୀରଙ୍କ ଉପରେ କଲେ ପୁଷ୍ପ ବର୍ଷା

ଆହୁରି କୁହାଯାଇଛି ୮୫ ହଜାର କୋଟି ଖର୍ଚ୍ଚରେ ଅଯୋଧ୍ୟାରେ ହୋଇଥିବା ନବୀକରଣ (ନୂଆ ବିମାନବନ୍ଦର, ନୂଆ ରେଳଓ୍ବେ ଷ୍ଟେସନ, ଉତ୍ତମ ସଡ଼କ ଆଦି), ନୂଆ ହୋଟେଲ ଏବଂ ଅନ୍ୟ ଆର୍ଥିକ ଗତିବିଧିକୁ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ। ଏହା ପର୍ଯ୍ୟଟନ ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ମାପଦଣ୍ଡ ମଧ୍ୟ ନିର୍ଦ୍ଧାରିତ କରିପାରେ।

ଜେଫରିଜ୍‌ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୦ ଏକରରେ ପରିବ୍ୟାପ୍ତ ମୁଖ୍ୟ ତୀର୍ଥ ସ୍ଥଳ, ପ୍ରାୟ ୧୦ ଲକ୍ଷ ଭକ୍ତଙ୍କ ଏକାଠି ସମାଗମ ହୋଇପାରିବା ଭଳି କ୍ଷମତା ରହିଛି। ଜେଫରିଜ୍‌ ଆହୁରି କହିଛି ଯେ ପ୍ରତିଦିନ ୧-୧.୧୫ ଲକ୍ଷ ତୀର୍ଥଯାତ୍ରୀ ପ୍ରତିଦିନ ସମାଗମ ହେବାର ଅନୁମାନ ରହିଛି। ତେଣୁ ଏହା ଏକ ଗୁରୁତ୍ବପୂର୍ଣ୍ଣ ଆର୍ଥିକ ପ୍ରଭାବ ପକାଇବ।

ଆହୁରି ପଢ଼ନ୍ତୁ: ରାମଲାଲାଙ୍କୁ ମନ୍ଦିରରେ କେବେଠୁ ଦେଖିପାରିବେ ଭକ୍ତ, ଜାଣି ରଖନ୍ତୁ ଆଳତି ଏବଂ ଦର୍ଶନ ସମୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.