ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ, ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଠକେଇ

Published By : Prameya-News7 Bureau | September 11, 2024 IST

ଭୁବନେଶ୍ୱର ୧୧/୦୯: ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ । ଗତ ୫ ମାସ ମଧ୍ୟରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇ ଥିବା ୩୧୨୫ ରେଡ଼ ରେ ୧୧୬ ବ୍ୟବସାୟୀ ଗ୍ରାହକ ଙ୍କୁ ଠକି ଥିବା ନଜରକୁ ଆସିଛି । ସେମାନଙ୍କ ବିରୋଦ୍ଧରେ ମାମଲା ରୁଜୁ ହେବା ସହ ସେମାନଙ୍କଠୁ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି । କେବଳ ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଠକେଇ ର ଶିକାର ହୋଇଛନ୍ତି ଗ୍ରାହକ । ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ନଜର କୁ ଆସିଥିବା ବେଳେ ଖୋର୍ଦ୍ଧା ରେ ୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଛନ୍ତି । ବଡ଼ କଥା ହେଲା ଗତ ବର୍ଷ ମଧ୍ୟ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକି ଥିବା ଜଣାପଡ଼ିଛି । ସେମାନଙ୍କଠୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.