୨୦୨୫ରେ ସୁନାପ୍ରେମୀଙ୍କୁ ଲାଗିବ ଝଟକା; ୧୦ହଜାର ବଢିପାରେ ସୁନା ଦର, ନିବେଶକଙ୍କ ପାଇଁ ହେବ ଲାଭଦାୟକ

Published By : Prameya-News7 Bureau | January 03, 2025 IST

ନୂଆଦିଲ୍ଲୀ ୦୩।୦୧: ବର୍ଷ ପରେ ବର୍ଷ ଚାଲିଯାଏ । ୨୪ର ଚଲାପଥ ସରିଯାଇ ପୁଣି ଆସିଛି ନୂଆବର୍ଷ ୨୦୨୫ । ନୂଆ ଆଶା, ନୂଆ ସମ୍ଭବନା ନେଇ ଆସିଛି ନୂଆବର୍ଷ । ସବୁଠି ଉତ୍ସାହ ସେଲିବ୍ରେସନ । ୨୦୨୫ରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ଖାସ୍ କରି ସୁନା ପ୍ରେମୀଙ୍କୁ ଲାଗିପାରେ ଝଟକା । ଗ୍ରାହକଙ୍କୁ ହେବ ଘାଟା, କିନ୍ତୁ ନିବେଶକାରୀ ହେବେ ଲକି । ୨୦୨୫ରେ ଆକାଶଛୁଆଁ ହେବ ସୁନା ଦର । ୧୦ ଗ୍ରାମ ପିଛା ସୁନା ଦର ୯୦ ହଜାର ଟପିବ । 

ଏହା ଗ୍ରାହକଙ୍କୁ ଚିନ୍ତାରେ ପକାଇବ କିନ୍ତୁ ସୁନା ନିବେଶକାରୀଙ୍କୁ ଫାଇଦା ମିଳିବ । ବମ୍ପର ରିଟର୍ନ ପାଇପାରିବେ ନିବେଶକାରୀ । ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୪ ଭଳି ୨୦୨୫ରେ ସୁନା ମୂଲ୍ୟରେ ବୃଦ୍ଧି ଜାରି ରହିପାରେ ।   କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା କ୍ରମାଗତ ସୁନା କ୍ରୟ କରାଯାଉଛି । ଦେଶ ଦେଶ ମଧ୍ୟରେ ଗୃହଯୁଦ୍ଧ ଆଶାନ୍ତି କାରଣରୁ ସୁନା ଦର ଐତିହାସିକ ରେକର୍ଡ ଛୁଇଁପାରେ । ବର୍ତ୍ତମାନ ସୁନା ଦର ୧୦ ଗ୍ରାମ ପିଛା ୭୯ ହଜାର ୩୫୦ ରହିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଫ୍ୟୁଚର କାରବାରରେ ସୁନା ୧୦ ଗ୍ରାମ ପିଛା ୭୬ ହଜାର ୬୦୦ଟଙ୍କାରେ କାରବାର କରୁଛି । 

୨୦୨୪ ସୁନା ନିବେଶକମାନଙ୍କ ପାଇଁ ସର୍ବୋତ୍ତମ ଅଟେ । ଘରୋଇ ବଜାରରେ ସୁନା ୩୦ ପ୍ରତିଶତ ରିଟର୍ଣ୍ଣ ଦେଇଛି । ୩୦ ଅକ୍ଟୋବର ୨୦୨୪ରେ ସୁନା ମୂଲ୍ୟ ସର୍ବାଧିକ ୮୨ ହଜାର ୪୦୦ଟଙ୍କାକୁ ଛୁଇଁଥିଲା । ରିପୋର୍ଟ ଅନୁଯାୟୀ, ସୁନା ମୂଲ୍ୟ ୨୦୨୫ ମସିହାରେ ୧୦ ଗ୍ରାମ ପିଛା ୮୫ହଜାର ଟଙ୍କା ପର୍ଯ୍ୟନ୍ତ ଯାଇ ପୁରୁଣା ରେକର୍ଡ ଭାଙ୍ଗିପାରେ। ବିଶ୍ବ ଅଶାନ୍ତି ଏବଂ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଘରୋଇ ବଜାରରେ ସୁନା ମୂଲ୍ୟ ୯୦ ହଜାର ଟଙ୍କାରେ ପହଞ୍ଚିପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୫ସୁନା ପାଇଁ ସକରାତ୍ମକ ଦୃଷ୍ଟିକୋଣ ରହିଛି। ତଥାପି ୨୦୨୪ ତୁଳନାରେ ଅଭିବୃଦ୍ଧିର ଗତି ଧୀର ହୋଇପାରେ । 'ଘରୋଇ ସୁନା ମୂଲ୍ୟ ୮୫ ହଜାରରେ ପହଞ୍ଚିବ ବୋଲି ଆଶା କରାଯାଉଥିବା ବେଳେ ସର୍ବୋତ୍ତମ ସୁନା ୯୦ ହଜାର ଛୁଇଁପାରେ । 

ତେବେ ସୁନା ବ୍ୟତୀତ ରୂପା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇପାରେ । ଏହା ୧ ଲକ୍ଷ ୧୦ ହଜାର କିମ୍ବା ୧ ଲକ୍ଷ ୨୫ ହଜାର ହୋଇପାରେ । ଏହାବ୍ୟତୀତ ସୁଧ ହାର ସାଇକେଲିଙ୍ଗ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସ୍ୱଳ୍ପ ସୁଧ ହାର ବଜାରକୁ ନଗଦ ଆଣିବ, ଆଉ ଆମେରିକୀୟ ଡଲାରକୁ ଦୁର୍ବଳ କରିବ, ଯାହା ସୁନା ମୂଲ୍ୟ ବୃଦ୍ଧି କରିବ। ବିଶେଷଜ୍ଞଙ୍କ ଅନୁଯାୟୀ ଡିସେମ୍ବର ମାସରେ ମଧ୍ୟ ସୁନାରେ ପ୍ରବଳ ପୁଞ୍ଜି  ବିନିଯୋଗ ହୋଇଛି । ଯାହା ନିବେଶ କ୍ଷେତ୍ରରେ ସୁନାକୁ ପ୍ରାଧାନ୍ୟ ଦେଉଛି । ଏହା ମଧ୍ୟ ଗୋଲ୍ଡ ଇଟିଏଫ ବିନିଯୋଗରୁ ମଧ୍ୟ ଏହାକୁ ସମର୍ଥନ ମିଳୁଛି । ନିବେଶ ପାଇଁ ସୁନା ଚାହିଦା ବଢୁଥିବା ବିଶେଷଜ୍ଞ କହିଛନ୍ତି । ଏମିତିକି ଦୀର୍ଘକାଳୀନ ପାଇଁ  ସୁନା ପ୍ରତି ଆଉନ୍ସ ପିଛା ୩ହଜାର ଡଲାର ପର୍ଯ୍ୟନ୍ତ ଯାଇପାରେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.