ଟେଲିକମ୍‌ ଇଣ୍ଡଷ୍ଟ୍ରିକୁ ଲାଗିପାରେ ଝଟକା, ସରକାର କରୁଛନ୍ତି D2M ଯୋଜନା, ବିନା ଇଣ୍ଟରନେଟ୍‌ରେ ମୋବାଇଲରେ ଦେଖିହେବ TV

Published By : Prameya-News7 Bureau | August 10, 2023 IST

ନୂଆଦିଲ୍ଲୀ ୧୦।୮: ଡିସ୍ କନେକ୍ସନ ଜରିଆରେ ସିଧା ଟିଭିରେ ଚ୍ୟାନେଲ ପ୍ରସାରିତ  ହେଉଛି। ଏହାକୁ ଡାଇରେକ୍ଟ ଟୁ ହୋମ (ଡିଟୁଏଚ୍‌) କୁହାଯାଉଛି। ସେହି ଅନୁସାରେ ସରକାର ଏବେ ଡାଇରେକ୍ଟ ଟୁ ମୋବାଇଲ (ଡିଟୁଏମ)ର ପରିକଳ୍ପନା କରୁଛନ୍ତି। ଅର୍ଥାତ ଆପଣ ବିନା ଟିଭି ସ୍କ୍ରିନରେ ମୋବାଇଲରେ ଟେଲିଭିଜନ ଚ୍ୟାନେଲ ଦେଖିପାରିବେ ଓ ତାହା ବି ବିନା ଇଣ୍ଟରନେଟ୍‌ରେ। ଏଥିଯୋଗୁ ଦେଶରେ ଟେଲିକମ ଅପରେଟରଙ୍କୁ ଝଟକା ଲାଗିପାରେ ବୋଲି ଅନୁମାନ କରାଯାଉଛି।

ଜାରି ହେଲା ନୂଆ ପଲିସି, ରେପୋ ରେଟ୍‌ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ

ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଗ୍ରାହକଙ୍କୁ କେବଳ ମନୋରଞ୍ଜନ ସାମଗ୍ରୀ ଦେଖାଇବା ପାଇଁ ଫୋନରେ ଇଣ୍ଟରନେଟ୍ ଦେଉଛନ୍ତି। ଏଥିରେ ଯଦି ଲୋକଙ୍କୁ ମୋବାଇଲରେ ଡାଇରେକ୍ଟ ଟେଲିଭିଜନ ଦେଖିବାର ସୁବିଧା ମିଳିବ କମ୍ପାନୀମାନଙ୍କୁ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ଏକ ବିଶାଳ ବର୍ଗଙ୍କୁ ହରାଇବାକୁ ପଡିବ। ତେବେ ଏଥିରୁ ଅନେକ ଲାଭ ମଧ୍ୟ ମିଳିବ। ସରକାର ଏପରି ଟେକନିକ୍‌ର ପରୀକ୍ଷଣ ପାଇଁ ଅନୁମତି ଦେଇଛନ୍ତି, ଯାହା ଦ୍ୱାରା ଟେଲିଭିଜନ ଚ୍ୟାନେଲ ସିଧା ଲୋକଙ୍କ ମୋବାଇଲରେ ପ୍ରସାରିତ ହେବ।

{"id":829004,"sizeSlug":"full","linkDestination":"none"}

ଏହି ଦିଗରେ ଏବେ ଆଇଆଇଟି କାନପୁର, ଦୂରସଞ୍ଚାର ବିଭାଗ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମିଳିତ କାର୍ଯ୍ୟ କରୁଛନ୍ତି। ତେବେ ଏ ସମ୍ପର୍କରେ ସୂଚନା ରଖୁଥିବା ଲୋକଙ୍କ ଅନୁସାରେ ଏହା ଯୋଜନା ଏବେ ପରୀକ୍ଷାମୂଳକ ଅବସ୍ଥାରେ ଅଛି। ଏ ବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ଟେଲିକମ ଅପରେଟର ଓ ଅନ୍ୟ ହିତାଧିକାରୀଙ୍କ ସହିତ ଆଲୋଚନା ପରେ ନିଆଯିବ। ଦେଶରେ ଏବେ ଟିଭିର ପହଞ୍ଚ ୨୨ କୋଟି ଘରକୁ ରହିଛି। ସେହି ଅନୁସାରେ ଦେଶରେ ସ୍ମାର୍ଟ ଫୋନ ବ୍ୟବହାରକାରୀଙ୍କ ସଂଖ୍ୟା ୮୦କୋଟିରେ ପହଞ୍ଚିଛି ଯାହା ୨୦୨୬ ସୁଦ୍ଧା ବଢି ୧୦୦ କୋଟିରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।

ଏବେ ଘର କିଣିବା ହେବ ଆହୁରି ମହଙ୍ଗା, ଭାରତର ଆଠଟି ସହରରେ ବଢିଲା ଦାମ୍‌

ଏବେ ଦେଶରେ ମୋଟ ଇଣ୍ଟରନେଟ୍ କ୍ଷମତାର ୮୦ ପ୍ରତିଶତ ଖର୍ଚ୍ଚ ହେଉଛି। ଏଥିରେ ଫୋନରେ ଟିଭି ଦେଖିବାର ସୁବିଧା ଦେବା ବଜାରରେ ଏକ ବଡ ଗେମ ଚେଞ୍ଜର ହେବ ବୋଲି ଅନୁମାନ କରାଯାଉଛି। ଏପରି ହେଲେ ମୋବାଇଲ ନେଟୱାର୍କ କଲ ଆଦି ପାଇଁ ଫ୍ରି ରହିବ ଓ କଲ ଡ୍ରପ ସମସ୍ୟାର ସ୍ଥାୟୀ ସମାଧାନ ହୋଇଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.